Breaking PLUSଓଡ଼ିଶାମୁଖ୍ୟ ଖବର

ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର, 15 ମେ- ରାଜଧାନୀରେ ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଦୁଇମହଲା ଛାତରୁ ତଳକୁ ଖସିପଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଛି । ଜାଗମରା ଦାସ୍ ଇନ୍ ଗେଷ୍ଟ ହାଉସର ଓୟୋରେ ଘଟିଛି ଘଟଣା ।  ଯୁବତୀ ହେଲେ ନୟାଗଡ଼ର ସୋନାଲି ମହାପାତ୍ର । ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି ଖଣ୍ଡଗିରି ଥାନା ପୋଲିସ ।  ସୋନାଲିଙ୍କ ମୃତ୍ୟୁ ବେଳେ  ଓୟୋ ରୁମରେ ଥିଲେ ପୁରୁଷବନ୍ଧୁ ବିଭୂତି ପ୍ରତିହାରୀ । ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି । ପୁରୁଷବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ପଚରାଉଚରା କରୁଛି । ଆସନ୍ତା ମାସରେ ଦୁହିଁଙ୍କ ବିବାହ ହୋଇଥାନ୍ତା । ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ଥାନା । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ଥିବା ବେଳେ ଓୟୋର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

Show More

Related Articles

Back to top button