ଅପରାଧଆଇନ କାନୁନଓଡ଼ିଶା

କୋରାପୁଟରୁ ୩ କ୍ୱିଣ୍ଟାଲ ୨ କେଜି ଗଞ୍ଜେଇ ଜବତ,୩ଗିରଫ

୩୦୨ କେଜି ଗଞ୍ଜେଇ ଜବତ । କୋରାପୁଟ ସେମିଳିଗୁଡ଼ାରୁ ୩୦୨ କେଜି ଗଞ୍ଜେଇ ଜବତ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କୋରାପୁଟ ଅବକାରୀ ବିଭାଗ ଆଇଆରବି । ଗିରଫମାନେ ହେଲେ ଏମ୍‌ ଡି ଚାନ୍ଦ,ପ୍ରଦ୍ୟୁମ୍ନ ଯାଦବ,ସୁନିଲ କୁମାର। ଏହି ତିନି ଗିରଫ ବ୍ୟକ୍ତିଙ୍କ ଘର କାନପୁର ବୋଲି ଜଣାପଡ଼ିଛି।

ଗୁରୁବାର କୋରାପୁଟ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ,୩ କ୍ୱିଣ୍ଟାଲ ୨ କେଜି ଜବତ ହୋଇଥିବା ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ।

ମିଳିଥିବା ସୂଚନାନୁଯାୟୀ କୋରାପୁଟ ସେମିଳିଗୁଡ଼ାରୁ ଏକ କଣ୍ଟେନର ଆରଜେ ୧୧ ଜିଏ ୪୦୫୯ ନମ୍ବର ଗାଡ଼ିରେ ରାଜସ୍ଥାନକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ସଦର ଅବକାରୀ ବିଭାଗ ଓ କୋରାପୁଟ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ ଅତର୍କିତ ଚଢ଼ାଉ କରିଥିଲେ।କଣ୍ଟେନର ଯାଞ୍ଚ ସମୟରେ ଡ୍ରାଇଭର ଚ୍ୟାମ୍ବରରୁ ୩୦୨ କେଜି ଗଞ୍ଜେଇ ବାହାରିଥିଲା।

Show More

Related Articles

Back to top button