Breaking PLUSଓଡ଼ିଶାମୁଖ୍ୟ ଖବର

ମାଘ ସପ୍ତମୀରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ମଙ୍ଗଳବାର ପବିତ୍ର ମାଘମାସ ମାଘସପ୍ତମୀ ତିଥିରେ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪.୩୭ ମିନିଟରେ ଚନ୍ଦ୍ରଭାଗା ତୀର୍ଥପୁଷ୍କରିଣୀରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ବୁଡ଼ ପକାଇବା ଲାଗି ଗତକାଲିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ମାଘମାସ ସପ୍ତମୀ ତିଥିରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥପୁଷ୍କରିଣୀରେ ବୁଡ଼ ପକାଇ ସ୍ନାନ କଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଏ ନେଇ ଆଜି ସୋମବାର ଷଷ୍ଠୀ ତିଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଦିନ ଓ ରାତିତମାମ ଚନ୍ଦ୍ରଭାଗା ମେଳାପଡ଼ିଆରେ ଆସି ପାରମ୍ପରିକ ରୀତି ଅନୁଯାୟୀ ଶ୍ରଦ୍ଧାଳୁମାନେ ବାଉଁଶ କଣି ଓ ବରଡ଼ାପତ୍ର କୁଡ଼ିଆ ତିଆରି କରି ସେଥିରେ ରହି ମାଟି ହାଣ୍ଡିରେ ଶୁଖୁଆ ଡାଲମା ରୋଷେଇ କରି ଖାଇଛନ୍ତି। ତେବେ ଅନେକ ସୋମବାର ହେତୁ ନିରାମିଷ ରାନ୍ଧି ଖାଇ ମାଟି ହାଣ୍ଡିକୁ ନିକଟସ୍ଥ ହାଣ୍ଡିଭଙ୍ଗା ଗାଡ଼ିଆରେ ଭାଙ୍ଗି କୁଡ଼ିଆରେ ଶ୍ରଦ୍ଧାଳୁମାନେ ଵିଶ୍ରାମ ନେଇ ବୁଡ଼ ପକାଇବା ପାଇଁ ମାଘସପ୍ତମୀର ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ।

Show More

Related Articles

Back to top button