Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

କୋଲକାତାରେ ମୂଷଳଧାରାରେ ବର୍ଷା, ଜନଜୀବନ ଠପ୍

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସମେତ ରାଜ୍ୟର ଅନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଛି । ରବିବାର ପର୍ଯ୍ୟନ୍ତ ଏହି ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଗତ 24 ଘଣ୍ଟାରେ କୋଲକାତାରେ 11.3 ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେଣୁ ତାପମାତ୍ର ମଧ୍ୟ ଖସିଥିବା ସୂଚନା ମିଳିଛି । ସର୍ବନିମ୍ନ ତାପମାତ୍ର 26.7 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି, ସେହିପରି ସର୍ବାଧିକ ତାପମାତ୍ରା 28.5 ଡିଗ୍ରୀ ରେକର୍ଡ ହୋଇଛି, ଯାହାକି ସାମାନ୍ୟ ଠାରୁ 4ଡିଗ୍ରୀ କମ୍ ।
କୋଲକାତା ସମେତ ହାୱଡା ହୁଗୁଳି, ଉତ୍ତର ଓ ଦକ୍ଷିଣ 24 ପ୍ରଗଣା, ପୂର୍ବ ଓ ପଶ୍ଚିମ ମେଦିନାପୁର, ପୁରୁଲିଆ, ବାଙ୍କୁଡା ସମେତ ଝାଡଗ୍ରାମ ଓ ବର୍ଦ୍ଧମାନରେ ମୂଷଳଧାରାରେ ବର୍ଷା ହୋଇଛି ।

Show More

Related Articles

Back to top button