Breaking PLUSଦେଶମୁଖ୍ୟ ଖବର

ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ସମ୍ପନ୍ନ ହେଲା ଛଟ୍ ପୂଜା

କୋଲକାତା, 20 ନଭେମ୍ବର – ପଶ୍ଚିମବଙ୍ଗରେ ଛଟ୍ ମହାପର୍ବ ସୋମବାର ଦିନ ଶାନ୍ତି ପୂର୍ବକ ସମ୍ପନ୍ନ ହୋଇଛି । ରବିବାର ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଇଥିବା ବେଳେ ଆଜି ଉଦୟ ସୂର୍ଯ୍ୟକୁ ଅର୍ଘ୍ୟ ପ୍ରଦାନ କରାଯାଇଛି । ଏହାସହିତ ଲୋକ ବିଶ୍ୱାସର ଏହି ମହାପର୍ବ ଶେଷ ହୋଇଛି ।
ଛଟ୍ ପୂଜା ପାଇଁ ମହାନଗରର କୋଲକାତା ସମେତ ହାୱଡା, ହୁଗୁଳି, ଉତ୍ତର ଓ ଦକ୍ଷିଣ 24 ପ୍ରଗଣା ସମେତ ରାଜ୍ୟର ସମସ୍ତ ଗଙ୍ଗାଘାଟରେ ଲକ୍ଷାଧିକ ସଂଖ୍ୟାରେ ଛଟ୍ ବ୍ରତଧାରୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି । ଘାଟରେ ବ୍ରତଧାରୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।
ଶୁକ୍ରବାର ଦିନ ଛଟ୍ ବ୍ରତଧାରୀମାନେ ଉପବାସ ରଖିଥିଲେ ଏବଂ ପ୍ରାୟ 36ଘଣ୍ଟାରୁ ଅଧିକ ସମୟ ଧରି ଉପବାସ ରହି ସୂର୍ଯ୍ୟଙ୍କ ଉପାସନା କରିଥିଲେ ।

Show More

Related Articles

Back to top button