Breaking PLUSଓଡ଼ିଶାମୁଖ୍ୟ ଖବର

ବାଣୀବିହାର ଓଭରବ୍ରିଜ ରାସ୍ତା ଉପରେ ଜଣେ ସଫେଇ କର୍ମୀଙ୍କୁ ନିର୍ମମ ହତ୍ୟା

ରସୁଲଗଡ-ବାଣୀବିହାରର ମୁଖ୍ୟ ରାସ୍ତା ଓଭରବିଜ୍‌ ଉପରେ ବିଚ୍‌ ରାସ୍ତା ଉପରେ ଜଣେ ସଫେଇ କର୍ମଚାରୀଙ୍କୁ ନିର୍ମମ ଭାବେ କରାଯାଇଥିବା ହତ୍ୟା ଘଟଣା ହଇଚଇ ସୃଷ୍ଟି କରିଛି। ମୃତକ ଜଣକ ହେଲେ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ । ସେ ସଫେଇ କର୍ମଚାରୀଙ୍କ ନେତୃତ୍ୱ ନେଉଥିଲେ। ସହଦେବ ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତ ବାଇକରେ ଆସି ଗୋଡାଇ ଗୋଡାଇ ତାଙ୍କୁ ବୀଭତ୍ସ ଭାବରେ ହତ୍ୟା କରିଛନ୍ତି। ତାଙ୍କ ବେକ ଓ ଗୋଡରେ ଗଭୀର ଆଘାତ ଲାଗିିଛି । ତେବେ ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ଘଟଣାର ଅଧିକ ଖୋଳତାଡ କରୁଛି।
ମିଳିଥିବା ସୂଚନାନୁଯାୟୀ, ଭୋର୍‌ ସମୟରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ସହଦେବଙ୍କୁ ଗୋଡାଇ ଗୋଡାଇ ହାଣି ତାଙ୍କୁ ହତ୍ୟା କରିଥିଲେ । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କ୍ୟାପିଟାଲ୍‌ ହସ୍ପିଟାଲରେ ତାଙ୍କ ମୃତଦେହ ପହଞ୍ଚିବା ପରେ ଅନ୍ୟ ସଫେଇକର୍ମୀମାନଙ୍କ ମଧ୍ୟରେ ଏହାକୁ ନେଇ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ୨୪ ଘଣ୍ଟା ମଧ୍ୟରେ ଅପରାଧୀ ଧରା ନପଡିଲେ ରାଜଧାନୀରେ ସଫେଇକାମ ବନ୍ଦ ରହିବ

Show More

Related Articles

Back to top button