Breaking PLUSଅପରାଧଦେଶ

ପୈତୃକ ସମ୍ପତ୍ତି ଲୋଭରେ ନିଜ ବାପାଙ୍କୁ ହତ୍ୟା

ମା'ର ଅନୁପସ୍ଥିତିରେ ଏଭଳି ଅମାନୁଷିକ କାର୍ଯ୍ୟ କରିଛି ପୁଅ

ମଥୁରା: ସମ୍ପତ୍ତି ପାଇଁ ବାପାଙ୍କୁ ହତ୍ୟା , ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସଂପୂର୍ଣ୍ଣ ସତ୍ୟ ଅଟେ । ଏଭଳି ଏକ ଅମାନବୀୟ କାଣ୍ଡ ଭିଆଇଛନ୍ତି ମଥୁରାର ନର୍ହୁଲି ଅଞ୍ଚଳରେ ରହୁଥିବା ଅମୃତ ଲାଲଙ୍କ ୨୩ ବର୍ଷୀୟ ପୁଅ ଭିନିତ୍ ଲାଲ୍ । ପୈତୃକ ସମ୍ପତ୍ତି ଲୋଭରେ ନିଜର ୫୫ ବର୍ଷୀୟ ବାପାଙ୍କ ଗଳାକାଟି ହତ୍ୟା କରିଛି ଅମାନୁଷିକ ପୁଅ । ପୁଲିସ୍ ଭୟରେ ପ୍ରମାଣ ନଷ୍ଟ କରିବା ପାଇଁ ବାପାଙ୍କ ଶବ ଜାଳି ଦେବା ପାଇଁ ମଧ୍ୟ ଉଦ୍ୟମ କରିଥିବା ପୁଲିସ୍ ସୂଚନା ଦେଇଛି ।

ଘଟଣା ଅନୁସାରେ, ଅମୃତ ଲାଲଙ୍କ ପତ୍ନୀ ତଥା ଭିନିତ୍‌ଙ୍କ ମା’ ତାଙ୍କ ବାପଘରକୁ ଯାଇଥିବା ବେଳେ ଭିନିତ୍ ଏଭଳି କାଣ୍ଡ ଘଟାଇଥିଲା । ପୂର୍ବରୁ ବାରମ୍ବାର ଭିନିତ୍ ପୈତୃକ ସମ୍ପତ୍ତି ବିକ୍ରି କରିବା ପାଇଁ ତା ବାପା ଅମୃତଲାଲ୍‌ଙ୍କୁ କହିଥିବା ବେଳେ ଏଥିରେ ସେ ରାଜି ହୋଇନଥିଲେ । ଶେଷରେ ଭିନିତ୍ ଆଜି ତା ବାପାଙ୍କ ଗଳାକାଟି ହତ୍ୟା କରିଥିଲା । ହତ୍ୟା କରିବା ପରେ ହଡ଼ବଡ଼େଇ ଯାଇ ଭିନିତ୍ ତା’ ମା’ଙ୍କୁ ଫୋନ୍ କରି ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କହି ଡାକିଥିଲା । ତାଙ୍କ ମା’ ଆସି ଘରେ ପହଞ୍ଚିବା ମାତ୍ରେ ପୁଅର ଏଭଳି କଳା କାରନାମା ଦେଖି କୋହଭରା ହେବା ସହ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅମୃତଙ୍କ ଶବ ଜବତ କରିବା ସହ ଭିନିତ୍‌କୁ ଗିରଫ କରିଛି ।

ପୁଲିସ୍ ର ସୂଚନାନୁଯାୟୀ, ବାପାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଭିନିତ୍ ତାଙ୍କ ଶବ ପୋଡ଼ିବାକୁ ଉଦ୍ୟମ କରି ବିଫଳ ହେବା ପରେ ତା’ ମା’ଙ୍କୁ ଫୋନ୍ ଯୋଗେ ସୂଚନା ଦେଇଥିଲା ।

Show More

Related Articles

Back to top button