
ଦିନକୁ ଦିନ ହଜିଯାଉଛି ମାନବିକତା । ବର୍ତ୍ତମାନ ଆଧୁନିକ ଯୁଗରେ କିଛି ଲୋକ ଅନ୍ଧବିଶ୍ୱାସ ଏବଂ ଗୁଣିଗାରେଡି ଉପରେ ବିଶ୍ୱାସ ରଖି ଅମାନୁଷିକ କାମ କରିବା ପାଇଁ ପଛାଉନାହାଁନ୍ତି । ତେବେ ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଖରିଆବାହାଳ ଗାଁରେ ଗତକାଲି ରାତିରେ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଯେଉଁଥିଲେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଛି ।
ସୂଚନା ଅନୁଯାୟୀ, ଖରିଆବାହାଳ ଗାଁର ମଙ୍ଗଳ ମୁଣ୍ଡା ଗୁଣି ଗାରେଡ଼ି କରି ଗାମୁଗା ମୁଣ୍ଡାର ପରିବାରକୁ ହନ୍ତସନ୍ତ କରୁଥିବା ନେଇ ଗାମୁଗା ପୂର୍ବରୁ ଅନେକ ଥର ମଙ୍ଗଳ ସହ ଝଗଡା କରୁଥିଲା । ଗତକାଲି ଏହି ଝଗଡ଼ା ଉଗ୍ର ରୂପ ନେଇଥିଲା । ଫଳରେ ଗାମୁଗା ଉତକ୍ଷିପ୍ତ ହୋଇ ମଙ୍ଗଳକୁ କଟୁରୀରେ ଚୋଟ ପକାଇଥିଲା । ଖବର ପାଇ କେ ବଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ଆଜି ଶବ ବ୍ୟବଚ୍ଛେଦ ଓ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।