ଜୀବନଚର୍ଯ୍ୟାମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

କେଜିଏଫ୍ ଷ୍ଟାର୍ ଅଭିନେତା କ୍ରିଷ୍ଣା ଜି ରାଓଙ୍କ ପରଲୋକ

ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିରୁ ଆସିଲା ଏକ ଦୁଃଖଦ ଖବର। ଆଖିବୁଜିଲେ କେଜିଏଫ୍ ଷ୍ଟାର୍ ଅଭିନେତା କ୍ରିଷ୍ଣା ଜି ରାଓ। ଗତ କିଛି ଦିନ ଧରି ସେ ଜୀବନ ଓ ମୃତ୍ୟୁ ସହ ଲଢେଇ କରୁଥିଲେ। ଶେଷରେ ସେ ହାରି ଯାଇଛନ୍ତି। ବେଙ୍ଗାଲୁରୁର ଏକ ହସ୍ପିଟାଲରେ କ୍ରିଷ୍ଣା ଜି ରାଓଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ପୂରା ସାଉଥ ଇଣ୍ଡଷ୍ଟ୍ରିକୁ ବଡ ଝଟ୍‌କା ଲାଗିଛି। ତାଙ୍କ ମୃତ୍ୟୁକୁ ନେଇ ଅନେକ ଲୋକେ ଶୋକ ବ୍ୟକ୍ତ କରିଛନ୍ତି।

କ୍ରିଷ୍ଣା ଜି ରାଓ ଗତ କିଛି ବର୍ଷ ଧରି ତାଙ୍କ ନିଖୁଣ ଅଭିନୟ ଜରିଆରେ ଲଗାତର ଭାବରେ ପ୍ରଶଂସକଙ୍କୁ ମନୋରଞ୍ଜନ କରୁଥିଲେ। କ୍ରିଷ୍ଣା କେଜିଏଫ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଏହି ଫିଲ୍ମ ପରେ ତାଙ୍କୁ ପ୍ରାୟ ୩୦ ଟି ଫିଲ୍ମରେ ବ୍ୟାକ୍-ଟୁ-ବ୍ୟାକ୍ ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ, କ୍ରିଷ୍ଣା ଜି ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା କିଛି ଦନ ତଳେ ଖରାପ ହୋଇଥିଲା। ଏହାପରେ ତାଙ୍କୁ ବେଙ୍ଗାଲୁରୁର ସୀତା ସର୍କଲ ପାଖରେ ଥିବା ବିନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖରାପ ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ସେ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲେ। କେବଳ ସେତିକି ନୁହେଁ ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଆଇସିୟୁରେ ମଧ୍ୟ ଭର୍ତ୍ତି କରାଯାଇଥିଲା।

କୁହାଯାଉଛି ଯେ, କ୍ରିଷ୍ଣା ଜି ରାଓଙ୍କ ବୟସାଧିକ ସମସ୍ୟାରେ ପୀଡିତ ଥିଲେ। କେଜିଏଫ୍ ଫିଲ୍ମ ପରେ କ୍ରିଷ୍ଣାଙ୍କୁ ଅନେକ ଲୋକପ୍ରିୟତା ହାସଲ ହୋଇଥିଲା। କେଜିଏଫ୍ ଫିଲ୍ମରେ କ୍ରିଷ୍ଣା ଜଣେ ଅନ୍ଧ ବୁଢ଼ା ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା।

Show More

Related Articles

Back to top button