ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

କେରଳରେ ସଂକ୍ରମଣ ବଢିବା ଓଡିଶା ପାଇଁ ସତର୍କ ଘଣ୍ଟି

ସବୁ ଦିଗକୁ ବିଚାର କରି ଅନ୍‌ଲକ୍‌ ନିଷ୍ପତ୍ତି

ଶନିବାର ସନ୍ଧ୍ୟାରେ ଅଗଷ୍ଟ ମାସ ମାସ ପାଇଁ ଗାଇଡ଼ ଲାଇନ ଆସିବ । ସବୁ ଦିଗକୁ ବିଚାର କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଯେଉଁଠି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠି ସର୍ଭିଲାନ୍ସକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦିଓ କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ବଢିନାହିଁ । କିନ୍ତୁ ପ୍ରତ୍ୟେକ ଦିନ ତଳ ଉପର ହେଉଛି ସଂକ୍ରମଣ ସଂଖ୍ୟା । ତେଣୁ ଆମକୁ ସତର୍କ ହୋଇ ରହିବାକୁ ପଡ଼ିବ । କଟକ,ଖୋର୍ଦ୍ଧା ଓ ଜଗତସିଂହପୁର ଭଳି ଜିଲ୍ଲାରେ ଅଧିକ ରହୁଛି ସଂକ୍ରମଣ ।

 

corona-virus
corona-virus

କେରଳରେ ସଂକ୍ରମଣ ସଂଖ୍ୟା ବଢିବା ଆମ ପାଇଁ ସତର୍କ ଘଣ୍ଟି । ପ୍ରତି ମହାମାରୀରେ ଲହର ଆସେ । ମାତ୍ର ଏହି ମହାମାରୀରେ ମ୍ୟୁଟାଣ୍ଟ ହେଉଥିବାରୁ ଲହର ପ୍ରଭାବ ଯେତେ କମ ପଡ଼ିବା କଥା ହେଉନି । ଅଧିକ ସିଭିୟରିଟି ହେଉଛି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ଘଣ୍ଟାରେ ୧୫୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୬୮ କରୋନା ଆକ୍ରାନ୍ତ ଆଖିବୁଜିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୭୨୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬୩୮୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୫୪୯୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୯୦୨ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି । ଏବେ ସୁଦ୍ଧା ରାଜ୍ୟରେ ୧୬୦୨୨୬୭୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More

Related Articles

Back to top button