Breaking PLUSଓଡ଼ିଶାମୁଖ୍ୟ ଖବର

ମାଆ ତାରିଣୀଙ୍କ ସୁନାବେଶ

କେନ୍ଦୁଝରଗଡ: ଆଜି ହେଉଛି ମହାବିଷୁବ ପଣା ସଂକ୍ରାନ୍ତି। ଏହା ସହ ଓଡ଼ିଆ ନବବର୍ଷ। ଏହି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଘଟଗାଁ ମାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଚଇତି ପର୍ବର ୭ଦିନ ଧରି ମା’ ସୁନାବେଶରେ ଦର୍ଶନ ଦେଉଛନ୍ତି। ଆଜି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ମାଙ୍କର ସ୍ଵତନ୍ତ୍ର ସୁନାବେଶ ହୋଇଥିବା ବେଳେ ସକାଳୁ ଶାବରୀ ମନ୍ତ୍ରରେ ଆରାଧନା ହୋଇ ମା’ଙ୍କ ପୂଜାର୍ଚ୍ଚନା ହୋଇଛି। ମା’ଙ୍କ ଦେହୁରୀ ଭୋରୁ ଏହି ପୂଜାନୀତି କରିଥିବା ବେଳେ ପରେ ସାଧାରଣ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ା ଯାଇଥିଲା। ଏହି ସାତଦିନ ଧରି ମା’ଙ୍କ ପୀଠରେ ହୋମଯଜ୍ଞ, ଚଣ୍ଡୀପାଠ, ଭାଗବତ ପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦୀପାଲା, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି।

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଭକ୍ତଙ୍କ ପାଇଁ ଏସି ବ୍ୟାରିକେଡ଼ର ମଧ୍ୟ ବ୍ୟବସ୍ଥା କରାଯାଇଛି। ମା’ଙ୍କ ସୁନାବେଶ ଦର୍ଶନ ପାଇ ଭକ୍ତ ମାନେ ଅଭିଭୂତ ହୋଇଥିବା ବେଳେ ଏହି ଦର୍ଶନ ପାଇଲେ କୋଟି ପୁଣ୍ୟର ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।

Show More

Related Articles

Back to top button