Breaking PLUSବଲିଉଡମନୋରଞ୍ଜନ

ନିକଟରେ ବିବାହ କରିବେ କି କାଟ୍ରିନା!

ବଲିଉଡର କାଟ୍ରିନା କୈଫ ଏବଂ ଭିକ୍କି କୌଶଲଙ୍କ ବିବାହକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଉଭୟ ଡିସେମ୍ବରରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ଯେ, ଦୁହେଁ ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ହାତରୁ ଦି’ ହାତ ହେବେ । ଆଉ ଏଥିପାଇଁ ଦୁହେଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି ।

କ୍ୟାଟ୍‌ ଏବଂ ଭିକ୍କି ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଦୁର୍ଗରେ ବିବାହ କରିବାକୁ ଯାଉଛନ୍ତି । ଯାହାକି ବେଶ ବିଳାସପୂର୍ଣ୍ଣ ଏବଂ ବହୁତ ବଡ ଅଟେ । କେବଳ ଏତିକି ନୁହେଁ, ଏକଥା ମଧ୍ୟ କୁହାଯାଉଛି ଯେ, ବିବାହର ସମସ୍ତ କାର୍ଯ୍ୟ ସେଠାରେ ହେବ । କାଟ୍ରିନା ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧିବେ । କାଟ୍ରିନା ତାଙ୍କ ବିବାହକୁ ଅତି ରାଜକୀୟ ଢଙ୍ଗରେ କରିବାକୁ ଚାହୁଁଛନ୍ତି । ସେ ରାଜସ୍ଥାନର ସଂସ୍କୃତିକୁ ବହୁତ ଭଲ ପାଆନ୍ତି । ନିକଟରେ କାଟ୍ରିନାଙ୍କ ଭଉଣୀ ଏବଂ ମା’ ମଧ୍ୟ ରାଜସ୍ଥାନରେ ଶପିଂ କରୁଥିବା ଦେଖିବାକୁ ମିଳିଥିଲା ।

Show More

Related Articles

Back to top button