ଓଡ଼ିଶାଦେଶମୁଖ୍ୟ ଖବରସେଲିବ୍ରିଟି

‘ଶେହଜାଦା’ର ପରବର୍ତ୍ତୀ ସୁଟିଂ ପାଇଁ ଉତ୍ସାହରେ କାର୍ତ୍ତିକ ଓ କୃତି

ସିନେମାଟି ଚଳିତ ବର୍ଷ ନଭେମ୍ବର ମାସରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି

ବଲିଉଡ୍‌ର ନୂଆ ସିନେମା ‘ଶେହଜାଦା’ ସୁଟିଂ ଅଧାରୁ ଅଟକିଥିବା ବେଳେ ପରବର୍ତ୍ତୀ ସୁଟିଂ ତାରିଖ ଘୋଷଣା ହୋଇଛି । ଏହାପରେ କାହାଣୀର ନାୟକ କାର୍ତ୍ତିକ ଆର୍ଯ୍ୟାନ୍ ଓ ନାୟିକା କୃତି ସାନନ୍ ବେଶ୍ ଉତ୍ସାହିତ ହେଇଛନ୍ତି।

୨୦୧୯ ମାର୍ଚ୍ଚ ମାସରେ ଉଭୟଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ଲୁକା ଚୁପି’ ମୁକ୍ତିଲାଭ କରିବା ପରେ ଦର୍ଶକ ଉଭୟଙ୍କ କେମିଷ୍ଟ୍ରି ଏବଂ ଅଭିନୟକୁ ମଧ୍ୟ ଗ୍ରହଣ କରିଥିଲେ।ଏପରିକି କାର୍ତ୍ତିକ-କୃତି ‘ଯୋଡ଼ି ଜିନ୍ଦାବାଦ’ର ନାରାବାଜି ମଧ୍ୟ ଦେଇଥିଲେ। ଏବେ ଏ ଦୁଇଜଣ ପୁଣି ଏକ ଚଳଚ୍ଚିତ୍ର କାହାଣୀର ପ୍ରେମୀଯୋଡ଼ି ସାଜୁଥିବାରୁ ସେମାନଙ୍କ ପ୍ରଶଂସକମାନେ ସିନେମାଟି ଦେଖିବାକୁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି । କାର୍ତ୍ତିକ ଓ କୃତି ନିଜର ସୋସିଆଲ ମିଡିଆରେ ଉଭୟଙ୍କ କ୍ଲୋଜ୍‌ଅପ୍ ଫଟୋ ପୋଷ୍ଟ କରି ପରସ୍ପରଙ୍କୁ ବଧାଇ ଜଣେଇଛନ୍ତି। ‘ଶେହଜାଦା’ ହେଉଛି ଆଲ୍ଲୁ ଅର୍ଜୁନ୍ ଓ ପୂଜା ହେଗ୍‌ଡେଙ୍କ ଅଭିନୀତ ଦକ୍ଷିଣୀ ଚଳଚ୍ଚିତ୍ର ‘ଆଲା ବୈକୁଣ୍ଠପୁରମଲୋ’ର ରିମେକ୍। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଧାୱନ୍। ସିନେମାଟି ଚଳିତ ବର୍ଷ ନଭେମ୍ବର ମାସରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି ।

Show More

Related Articles

Back to top button