Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଭାରତୀୟ ବଂଶୋଦ୍ଭବ କମଳା ମେଙ୍ଘାରାଜାନୀଙ୍କୁ ହ୍ୱାଇଟ ହାଉସ ଫେଲୋ ସମ୍ମାନ

ୱାଶିଂଟନ-ଆମେରିକାର ରାଷ୍ଟ୍ରପତି ଭବନରେ ଭାରତୀୟ ବଂଶୋଦ୍ଭବ କ୍ୟାନସର ଚିକିତ୍ସକ କମଳା ମେଙ୍ଘାରାଜାନୀଙ୍କ ସମେତ 15ଜଣ ପ୍ରତିଭାଶାଳୀ ବ୍ୟକ୍ତିତ୍ୱକୁ ହ୍ୱାଇଟ ହାଉସ ଫେଲୋ ଭାବେ ନାମିତ କରିଛନ୍ତି । ମେଙ୍ଘାରାଜାନୀ ନିଜର ସୋସିଆଲ ମିଡିଆ ଏକ୍ସରେ ଏନେଇ ସୂଚନା ଦେଇଥିବା ଆମେରିକା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

ମିଡିଆ ରିପୋର୍ଟ ମୁତାବକ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନୀତି କାର୍ଯ୍ୟାଳୟରେ ନିଯୁକ୍ତ ମେଙ୍ଘାରାଜାନି ଲ୍ୟୁକେମିଆରେ ପୀଡିତ ରୋଗୀଙ୍କ ଚିକିତ୍ସା କରନ୍ତି । ସେ ବର୍ଷେ ପର୍ଯ୍ୟନ୍ତ ହ୍ୱାଇଟ୍ ହାଉସର ଷ୍ଟାଫ୍, କ୍ୟାବିନେଟ୍ ସଚିବ ଏବଂ ଅନ୍ୟ ଶୀର୍ଷ ପ୍ରବନ୍ଧନ ଅଧିକାରୀଙ୍କ ସହ କାମ କରିବେ ।

ନ୍ୟୁୟର୍କରେ ରହୁଥିବା ମେଙ୍ଘାରାଜାନୀ ହେଉଛନ୍ତି 15 ଜଣ ମନୋନୀତ ପ୍ରତିଭାବାନ ତଥା ଦକ୍ଷ ଯୁବ ମାନଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ବଂଶୋଦ୍ଭବ ।
ହ୍ୱାଇଟ ହାଉସର ଘୋଷଣା ପରେ ମେଙ୍ଘାରାଜାନି ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ଯେ ରାଷ୍ଟ୍ରପତି ବାଇଡେନ ତାଙ୍କୁ ହ୍ୱାଇଟ ହାଉସ ଫେଲୋ ଭାବେ ମୋର ନିଯୁକ୍ତି ଘୋଷଣା କରିଛନ୍ତି ।

Show More

Related Articles

Back to top button