
ଦୃଢ ଇଚ୍ଛାଶକ୍ତି ଏବଂ ଗଭୀର ଚେଷ୍ଚା ବଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଓଡ଼ିଆ ପୁଅ କମଳ କିଶୋର ମାଝୀ । ମିନି ଫ୍ରିଜ୍ ତିଆରି କରି ବେଶ୍ ଚର୍ଚ୍ଚାରେ ଅଛନ୍ତି କମଳ । ଏନେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନୀତ ହୋଇଛନ୍ତି ସେ । ଭଦ୍ରକ ଜଗନ୍ନାଥପୁର ଅଞ୍ଚଳର କୃଷ୍ଣଚନ୍ଦ୍ର ମାଝୀ ଓ କୁନ୍ତଳା ମାଝୀଙ୍କ ବଡ଼ପୁଅ କମଳ । ସେ ବର୍ତ୍ତମାନ ବିଟେକ୍ ଦ୍ଵିତୀୟ ବର୍ଷର ଛାତ୍ର । ସ୍କୁଲ୍ କ୍ୟାରିୟର ରୁ ସେ ସବୁବେଳେ କିଛି ନା କିଛି ନୂଆ ଆବିଷ୍କାର କରି ଚର୍ଚ୍ଚାରେ ଆସିଥାନ୍ତି । ହେଲେ ଏହି ମିନି ଫ୍ରିଜ ତିଆରି କରି ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।
ସେ କହିଛନ୍ତି କରୋନା କାଳରେ ଜୀବନ ରକ୍ଷା ପାଇଁ ଜାରି ରହିଥିବା ଟୀକା କରଣର ମୁଖ୍ୟ ସମସ୍ୟା ପାଲଟିଥିଲା ସରଂକ୍ଷଣ । ତେଣୁ ଏହି ସମସ୍ୟାର ସମାଧାନ ନିମନ୍ତେ ସେ ଏହି ଫ୍ରିଜ ବାହାର କରିଥିଲେ । ଏହି ଫ୍ରିଜରେ ୧୧୩୫ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମେସିନଟି ବହୁତ ଛୋଟ । ତାସହିତ ଏହି ଫ୍ରିଜ ଅପହଞ୍ଚ ଇଲାକା ପାଇଁ ମଧ୍ୟ ଉଦ୍ଧିଷ୍ଟ ।
ଏହି ଫ୍ରିଜରେ ଔଷଧ ରଖିବା ସହ ଭ୍ୟାକସିନକୁ ମଧ୍ୟ ସୁରକ୍ଷିତ ଭାବେ ରଖାଯାଇ ପାରିବ । ବିଦ୍ୟୁତ ନଥିଲେ ମାତ୍ର ୧୨ ଭୋଲଟ ଦ୍ୱାରା ଏହା ଚାର୍ଜ ହୋଇପାରୁଛି । ପାଣିକୁ ଥଣ୍ଡା କରିବା ପାଇଁ ମାତ୍ର କିଛି ମିନିଟ ଲାଗୁଥିବା ବେଳେ ଏକ ଘଣ୍ଟା ସମୟରେ ପାଣି ବରଫ ହୋଇଯାଉଛି ।