Breaking PLUSଓଡ଼ିଶାମୁଖ୍ୟ ଖବର
ବାରିପଦା ସହରରେ ବୁଲିଲା କଲରାପତରିଆ ବାଘ, କାବୁ କଲା ଟିମ୍

ବାରିପଦା- ମୟୂରଭଞ୍ଜ ଜିଲା ବାରିପଦା ସହର ଭିତରକୁ ଏକ କଲରାପତରିଆ ବାଘ ପଶିଆସିଛି । ତେବେ ରେସକ୍ୟୁ ଟିମ୍ ବାଘଟିକୁ କାବୁ କରିଛନ୍ତି । ଟ୍ରାଙ୍କୁଲାଇଜ କରି ବାଘଟିକୁ କାବୁ କରାଯାଇଛି ।
ବାଘଟି ସହର ନିକଟ ଭଞ୍ଜପୁର ଅଞ୍ଚଳରେ ବୁଲୁଥିବା ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଦେଖିଥିବା କହିଛନ୍ତି। ଖାଦ୍ୟ ଅନ୍ୱେଷଣରେ ବାଘଟି ସହରକୁ ଚାଲିଆସିଥିବା କୁହାଯାଉଛି। ସକାଳୁ ସକାଳୁ କୁକୁର ଭୁକିବାରୁ ସ୍ଥାନୀୟ ଲୋକେ ବାଘକୁ ଦେଖିବାକୁ ପାଇଥିଲେ।