Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ କାଳବୈଶାଖୀ

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଦିନର ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ତେବେ ପଶ୍ଚିମ ଓଡ଼ିଶାର ସହରଗୁଡ଼ିକରେ ପୂର୍ବଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୦.୮, ଟିଟିଲାଗଡ଼ରେ ୪୦.୫, ସୁନ୍ଦରଗଡ଼ରେ ୪୦.୧, ସମ୍ବଲପୁରରେ ୩୯.୮, ମାଲକାନଗିରି ଓ ବୌଦ୍ଧରେ ୩୯.୫, ଭବାନୀପାଟଣାରେ ୩୯.୪ ଡିଗ୍ରି ରହିଥିଲା। ଏହି ସମୟରେ କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପାଗ କୋହଲା ରହିବା ସହ ହାଲୁକା ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Show More

Related Articles

Back to top button