ଓଡ଼ିଶାଦୁର୍ଘଟଣା

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା କବାଡିଆ ଗୋଦାମ

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା କବାଡିଆ ଗୋଦାମ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ଛକ ତଥା ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ କବାଡ଼ିଆ ଗୋଦାମରେ ।

ସୂଚନାନୁଯାୟୀ, ଦିନ ସାଢେ ୧୦ଟା ବେଳେ ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ କବାଡ଼ିଆ ଗୋଦାମର କିଛି କର୍ମଚାରୀ ଅନାବଶ୍ୟକ ସାମଗ୍ରୀ ଜାଳୁଥିବା ବେଳେ ସେଥିରୁ ଅଗ୍ନିକାଣ୍ଡ ଘଟିଥିଲା। ଆଖି ପିଛୁଳାକେ ନିଆଁର ପ୍ରକୋପ ବୃଦ୍ଧି ପାଇଥିଲା । ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା।ଖବର ପାଇ ୫ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଥିଲେ ।

Show More

Related Articles

Back to top button