Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ବିଜେପିରେ ସାମିଲ ହେଲେ ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ବର- ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ବିଜେପିରେ ସାମିଲ ହୋଇଛନ୍ତି। ଏଥିସହ ତାଙ୍କ ସ୍ବାମୀ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। କିଛି ଦିନ ତଳେ ଉଭୟେ ବିଜେଡିରୁ ଇସ୍ତଫା ଦେଇଥିଲେ।
ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ବସନ୍ତ ପଣ୍ଡାଙ୍କ, ବିଜେପି ଉପସଭାପତି ଗୋଲକ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ସେମାନେ ବିଜେପିରେ ଯୋଗ ଦେଇଛନ୍ତି। ଏମାନଙ୍କ ସହ ଅନେକ ବିଜେଡି କର୍ମୀ ଆଜି ବିଜେପିରେ ମିଶିଛନ୍ତି।