Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ଭୁବନେଶ୍ୱର, 1 ଡିସେମ୍ବର – ଲାଞ୍ଚ ନେଉଥିବା ବେଳେ ଧରାପଡିଲେ କନିଷ୍ଠ କିରାଣୀ । ବାଲେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କନିଷ୍ଠ କିରାଣୀ ଲକ୍ଷ୍ମୀ ନାରାୟଣ ନାଥ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର ପାଇଁ ଅଭିଯୋଗକାରୀଙ୍କ ଠାରୁ 4ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । ଏହି କାଗଜପତ୍ର ପାଇଁ କନିଷ୍ଠ କିରାଣୀ 5ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଆଜି 4ହଜାର ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡିବସିଥିଲେ ।ତାଙ୍କ ଠାରୁ 4ହଜାର ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ସ୍ଥିତ ତାଙ୍କର 3ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।

Show More

Related Articles

Back to top button