ଦେଶ ବିଦେଶମୁଖ୍ୟ ଖବର

ଜୁଲାଇ ୩ରେ ଜେଇଇ ଆଡ୍‌ଭାନ୍ସଡ୍‌

ଏଥର ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା ପରିଚାଳନା ଆଇଆଇଟି ଖଡ଼ଗପୁରକୁ ଦାୟିତ୍ବ ଦିଆଯାଇଛି

ଆସନ୍ତା ଜୁଲାଇ ୩ରେ ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏଥର ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା ପରିଚାଳନା ଆଇଆଇଟି ଖଡ଼ଗପୁରକୁ ଦାୟିତ୍ବ ଦିଆଯାଇଛି। ଆଇଆଇଟି ଖଡ଼ଗପୁର ପକ୍ଷରୁ ଏ ବର୍ଷ ଜେଇଇ ଆଡ୍‌ଭାନ୍ସ ପରୀକ୍ଷା ପରିଚାଳନା କରାଯିବ ବୋଲି ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କ ସୂଚନା ଦେଇଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କ କହିଛନ୍ତି ଯେ ୩ ଜୁଲାଇ ୨୦୨୧ରେ ଜେଇଇ ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ। ଏହି ଜେଇଇ ଆଡଭାନ୍ସ ପରୀକ୍ଷା ପରିଚାଳନା କରିବ ଆଇଆଇଟି ଖଡଗପୁର। ଆଇଆଇଟି ଆଡ୍‌ଭାନ୍ସଡ୍‌ ପରୀକ୍ଷା ଦେବାକୁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ଦ୍ବାଦଶ ଶ୍ରେଣୀରେ ୭୫%ରୁ ଅଧିକ ନମ୍ବର ରଖିବା ଦରକାର। ଆଇଆଇଟିରେ ନାମଲେଖା ଏବଂ ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା ଅନ୍ୟାନ୍ୟ ନିୟମ ଓ ଯୋଗ୍ୟତା ବିଷୟରେ ଆଗାମି ଦିନରେ ସୂଚନା ଦିଆଯିବ ବୋଲି ଟ୍ୱିଟ ଯୋଗେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

Show More

Related Articles

Back to top button