ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ଜେ.ପି ନଡ୍ଡା

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ବିଜେପିର ସାଧାରଣ ସଂପାଦକ ଗୋଲକ ମହାପାତ୍ର ଆଜିଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜେ.ପି ନଡ୍ଡା ଆସନ୍ତା ୨୯ ତାରିଖରେ ଓଡ଼ିଶାରେ ପହଞ୍ଚିବେ। ୨୯ ଓ ୩୦ ତାରିଖ ଦୁଇ ଦିନ ଓଡ଼ିଶାରେ ରହିବେ। ଆଜି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଭାରୀ ସୁନୀଲ ବଂଶଲଙ୍କ ଉପସ୍ଥିତିରେ କୋର୍ କମିଟି ବୈଠକ ବସିଥିଲା। ବୈଠକରେ ଆଗାମୀ ୩ ମାସ ପାଇଁ ଖସଡ଼ା ପ୍ରସ୍ତୁତ କରାଗଲା। ପୁରୀରେ ଆସନ୍ତା ୧୩, ୧୪ ଓ ୧୫ ତାରିଖରେ ପ୍ରଶିକ୍ଷଣ ଶିବିର ହେବ। ରାଜ୍ୟର ୩୭ ହଜାର ବୁଥ୍‌କୁ ତୃଣମୂଳ ସ୍ତରରୁ ମଜଭୁତ କରାଯିବ। ବିଜେପି ସାଧାରଣ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବେ ବୋଲି ବୈଠକରେ ଆଲୋଚନା ହୋଇଥିବା ଗୋଲକ ମହାପାତ୍ର କହିଛନ୍ତି। ଏହି କୋର କମିଟି ବୈଠକରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

 

Show More

Related Articles

Back to top button