ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ଅଭିଯୁକ୍ତଙ୍କ ଜାମିନ ଖାରଜ

ବେଙ୍ଗାଲୁରୁ: ଜଣାଶୁଣା ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଜାମିନ ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମହାରାଷ୍ଟ୍ରର ହ୍ରିକେଶ ଦେଭାଦିକରଙ୍କୁ ୨୦୨୦ ଜାନୁଆରୀରେ ଗିରଫ କରାଯାଇଥିଲା । ପରେ ସେ ବିଚାର ବିଭାଗ ହାଜତରେ ଥିଲେ। ସେ ସ୍ୱତନ୍ତ୍ର ଅଦାଲତରେ ଅପରାଧ ପ୍ରକ୍ରିୟା ସଂହିତା ଧାରା ୧୬୭ (୨) ଅନୁଯାୟୀ ସ୍ଥାୟୀ / ଡିଫଲ୍ଟ ଜାମିନ ପାଇଁ ଆବେଦନ କରିଥିଲେ। ତେବେ ସ୍ୱତନ୍ତ୍ର କୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ । ତେଣୁ ସେ ଏହା ବିରୋଧରେ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ଅଭିଯୁକ୍ତଙ୍କ ଦାବି ଥିଲା ଯେ, ଏହା ଏକ ହତ୍ୟା ମାମଲା ହୋଇଥିବାରୁ ତାଙ୍କୁ ଗିରଫ ହେବାର ୯୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବା ଆବଶ୍ୟ।  କିନ୍ତୁ ୪ ଏପ୍ରିଲ ୨୦୨୦ ସୁଦ୍ଧା  ତାଙ୍କ ବିରୋଧରେ କୌଣସି ଚାର୍ଜସିଟ ଦାଖଲ କରାଯାଇ ନାହିଁ। ତେଣୁ ତାଙ୍କୁ ସିଆରପିସିର ଧାରା ୧୬୭ ର ଉପ-ଦଫା (୨) ଅନୁଯାୟୀ ଜାମିନ ପାଇବା ଉଚିତ। ସରକାରୀ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ଦେଭାଦିକର ଘଟଣା ପରେ ଫେରାର ହୋଇଯାଇଥିଲେ। ତାଙ୍କ ଅନୁପସ୍ଥିତିରେ ପୂର୍ବରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଗତ ଅକ୍ଟୋବର ୨୧ରେ  ହାଇକୋର୍ଟ ଜଜ ଜଷ୍ଟିସ ସୁରଜ ଗୋବିନ୍ଦରାଜ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତ ଗିରଫ ହେବା ପୂର୍ବରୁ ଚାର୍ଜସିଟ ଦାଖଲ ହୋଇସାରିଛି।

Show More

Related Articles

Back to top button