ରାଜନୀତି

ଯୋଗୀଙ୍କ କ୍ୟାବିନେଟରେ ସାମିଲ ହେବେ ୬ଜଣ ନୂଆ ମନ୍ତ୍ରୀ !

ଉତ୍ତର ପ୍ରଦେଶ ବିଜେପି ପ୍ରଭାରୀ ରାଧାମୋହନ ସିଂହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାକୁ ଯାଉଛି । ଏହି ବୈଠକରେ ବିଧାନ ପରିଷଦ ନିର୍ବାଚନ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି

ଏହି ବୈଠକର ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍ ବିସ୍ତାର ହେବା ନେଇ ମଧ୍ୟ ଚର୍ଚ୍ଚା ​‌ହେବ ।ଯୋଗୀଙ୍କ କ୍ୟାବିନେଟରେ ୬ ନୂଆ ମନ୍ତ୍ରୀ ଶପଥ ନେଇ ପାରନ୍ତି । ରାଧାମୋହନ ସିଂହଙ୍କ ସହିତ ଏହି ବୈଠକରେ ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂହ, ସଂଗଠନ ମନ୍ତ୍ରୀ ସୁନୀଲ ବଂଶଲଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ । ଯୋଗୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଚେତନ୍ ଚୌହାନ ଏବଂ କମଲା ରାଣୀଙ୍କର କିଛି ଦିନ ତଳେ ଦେହାନ୍ତ ହୋଇଛି । ଯେଉଁଥିପାଇଁ କି କ୍ୟାବିନେଟରେ ଦୁଇଟି ମନ୍ତ୍ରୀ ପଦ ଖାଲି ରହିଛି । ତେବେ ନୂଆ ଚେହେରାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ନେଇ ଚର୍ଚ୍ଚା ଯୋର ଧରିଛି ।

ଏହାରି ମଧ୍ୟରେ ଶୁଣିବାକୁ ମିଳୁଛି ଯେ, ଯୋଗୀ ସରକାରଙ୍କର କ୍ୟାବିନେଟ ବିସ୍ତାର ପାଇଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ ।ଉତ୍ତର ପ୍ରଦେଶ ପ୍ରଭାରୀ ରାଧାମୋହନ ସିଂହ ଏବେ ମିଶନ ୨୦୨୨ ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ତେବେ ଯଦି ଏବେ ଯୋଗୀ ସରକାରଙ୍କ ମନ୍ତ୍ରୀ ମଣ୍ଡଳ ବିସ୍ତାର ହୁଏ ତେବେ ଏହା ଆଗାମୀ ନିର୍ବାଚନ ପୂର୍ବରୁ ଶେଷ ବିସ୍ତାର ହେବ । ଏବେ ବିଜେପିର ଫୋକସ୍ ଆସନ୍ତା ବିଧାନସଭା ଉପ-ନିର୍ବାଚନ,ଏମଏଲସି ନିର୍ବାଚନ ଏବଂ ତା ସହିତ ପଞ୍ଚାୟତ ନିର୍ବାଚନ ଉପରେ ରହିଛି ।

Show More

Related Articles

Back to top button