ଦେଶସ୍ୱତନ୍ତ୍ର

ଦୀପାବଳି ଉପଲକ୍ଷେ JIO ଦେଲା ଅଫର,୧୫ ଦିନ ପାଇଁ ମାଗଣା ମିଳିବ ହାଇ ସ୍ପିଡ୍ ଇଣ୍ଟରନେଟ୍

ଦୀପାବଳି ଉପଲକ୍ଷେ JIO ଦେଲା ଅଫର । ଫେଷ୍ଟିଭ୍‌ ସିଜନରେ ଖାସ୍‌ ‘JioFiber Double Festival Bonanza’ ଅଫର୍‌ ଦେଲା ଟେଲିକମ୍ ଏବଂ ବ୍ରଡବ୍ୟାଣ୍ଡ କମ୍ପାନୀ ‘ରିଲାଏନ୍ସ ଜିଓ’ । ୧୫ ଦିନ ପାଇଁ ମାଗଣା ହାଇ ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ପାଇପାରିବେ JioFiber ଗ୍ରାହକ । ଏଥି ସହିତ ଭାଉଚର୍ ସହ ୧୦୦% ମୂଲ୍ୟ ମଧ୍ୟ ଫେରସ୍ତ କରାଯିବ।

କମ୍ପାନୀ କହିଛି ଯେ ନୂଆ ଅଫରର ଫାଇଦା କେବଳ ସେହି ୟୁଜର ମାନଙ୍କୁ ହିଁ ମିଳିବ, ଯେଉଁମାନେ ଅକ୍ଟୋବର ୧୮ରୁ ୨୮ ମଧ୍ୟରେ JioFiberର ନୂଆ ସଂଯୋଗ ନେବେ। ଏହି ସବ୍ସକ୍ରାଇବର୍ସଙ୍କୁ ୫୯୯ ଟଙ୍କା କିମ୍ବା ୮୯୯ ଟଙ୍କା ମୂଲ୍ୟର ପ୍ଲାନ ସହିତ ୬ ମାସର ରିଚାର୍ଜ କରାଇବାକୁ ପଡିବ। ଏହାପରେ ୧୫ ଦିନ ମାଗଣା ଇଣ୍ଟରନେଟ୍ ସେବା ସହିତ ଅନ୍ୟାନ୍ୟ ସୁବିଧା ଦିଆଯିବ।

ଡବଲ୍ ଫେଷ୍ଟିଭାଲ୍ ବୋନଞ୍ଜା ଅଫରରେ ନୂଆ JioFiber ସଂଯୋଗ ନେଉଥିବା ଗ୍ରାହକ ମାନଙ୍କୁ ୬ ମାସ ପାଇଁ ୫୯୯ ଟଙ୍କା କିମ୍ବା ୮୯୯ ଟଙ୍କା ପ୍ଲାନରୁ ରିଚାର୍ଜ କରିବାକୁ ପଡିବ। ଏମିତି କରିବା ଦ୍ୱାରା ସେମାନଙ୍କୁ ଦୁଇ ଅତିରିକ୍ତ ଫାଇଦା ମିଳିବ। ପ୍ରଥମତଃ ସେମାନଙ୍କୁ ୧୫ ଦିନ ପାଇଁ ଅତିରିକ୍ତ ହାଇ ସ୍ପିଡ୍ ଇଣ୍ଟରନେଟ୍ ମିଳିବ ଏବଂ ଦ୍ୱିତୀୟରେ ୧୦୦ ପ୍ରତିଶତ ଭାଲ୍ୟୁବ୍ୟାକ୍‌ ମଧ୍ୟ ଦିଆଯିବ।

ଯଦି ଆପଣ ୫୯୯ ଟଙ୍କା ପ୍ଲାନ ନେଉଛନ୍ତି, ତ ଜିଏସ୍‌ଟି ମିଶାଇ ୬ ମାସ ପାଇଁ ମୋଟ ୪,୨୪୧ ଟଙ୍କା ଦେବାକୁ ପଡିବ। ଏହାର ପ୍ରତି ବଦଳରେ ୪,୫୦୦ ଟଙ୍କାର ଭାଉଚର ଦିଆଯିବ। ସେହିପରି ଦ୍ୱିତୀୟରେ ୮୯୯ ଟଙ୍କା ଯୋଜନା ସହିତ ୬ ମାସ ପାଇଁ ଜିଏସ୍‌ଟି ମିଶାଇ ମୋଟ ୬,୩୬୫ ଟଙ୍କା ଦେବାକୁ ହେବ। ଏହାର ପ୍ରତି ବଦଳରେ ୬,୫୦୦ ଟଙ୍କା ମୂଲ୍ୟର ଭାଉଚର ମିଳିବ। ଏହି ଦୁଇଟି ପ୍ଲାନ ୬ ମାସ ପରେ ୧୫ ଦିନ ଅତିରିକ୍ତ ହାଇ ସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରିବ।

ଯଦି ଆପଣ ଏକ ସାଥୀରେ ୬ ମାସ ଦେୟ ଦେବାକୁ ଚାହୁଁ ନାହାନ୍ତି, ତା’ ହେଲେ ୮୯୯ ଟଙ୍କା ବାଲା ପ୍ଲାନ ୩ ମାସ ପାଇଁ ନେଇ ପାରିବେ ଏବଂ ଆପଣଙ୍କୁ ଜିଏସ୍‌ଟି ମିଶାଇ ୨,୬୯୭ ଟଙ୍କା ଦେବାକୁ ପଡିବ। ଏହା ପ୍ରତି ବଦଳରେ ୩,୫୦୦ ଟଙ୍କା ମୂଲ୍ୟର ଭାଉଚର ମିଳିଯିବ। ୧୦୦୦ ଟଙ୍କାର AJIO ଏବଂ ୫୦୦ ଟଙ୍କାର ରିଲାଏନ୍ସ ଡିଜିଟାଲ୍ ଭାଉଚର୍ ସହିତ ୫୦୦ ଟଙ୍କାର NetMeds ଏବଂ ୧,୫୦୦ ଟଙ୍କା ମୂଲ୍ୟର IXIGO ଭାଉଚର୍ ବି ସାମିଲ କରାଯିବ। ଯଦିଓ ୩ ମାସର ରିଚାର୍ଜ କରାଇବା ଉପରେ ୧୫ ଦିନ ପାଇଁ ଅତିରିକ୍ତ ଇଣ୍ଟରନେଟ୍ ମିଳିବ ନାହିଁ।

କହି ରଖୁଛୁ, ଏହି ପ୍ଲାନ ଗୁଡ଼ିକ ମଧ୍ୟରୁ ଯଦି ଆପଣ କୌଣସି ପ୍ଲାନକୁ ଚୟନ କରୁଛନ୍ତି, ତ କମ୍ପାନୀ ତରଫରୁ ପାଖାପାଖି ୬,୦୦୦ ଟଙ୍କାର 4K JioFiber ସେଟ୍-ଟପ୍ ବକ୍ସ ବିନା କୌଣସି ଅତିରିକ୍ତ ମୂଲ୍ୟରେ ମାଗଣା ପ୍ରଦାନ କରାଯିବ।

Show More

Related Articles

Back to top button