Breaking PLUSଓଡ଼ିଶାମୁଖ୍ୟ ଖବର

ଓପିଜିସି ଆସପଣ୍ଡ ଭାଙ୍ଗିଲା, ଶତାଧିକ ଏକର ଚାଷ ନଷ୍ଟ

ଝାରସୁଗୁଡ଼ା ଜିଲ୍ଲା ବନହର ପାଲି ସ୍ଥିତ ଓଡିଶା ବିଦ୍ୟୁତ ଉତ୍ପାଦନ ନିଗମ(ଓପିଜିସି) ଇବ ଥର୍ମାଲ ବନହରପାଲି ତାପଜ ବିଦ୍ୟୁତ କେନ୍ଦ୍ରର ୩ ନମ୍ବର ଆସପଣ୍ଡ ହିଡ ଭାଙ୍ଗି ଶନିବାର ଶତାଧିକ ଚାଷ ଜମିକୁ ପାଉଁଶ ପାଣି ମାଡ଼ିଯାଇଛି। କୁମ୍ଭାର ବନ୍ଧ ପଞ୍ଚାୟତ ରେଙ୍ଗାଲି ମୌଜାର କଟାଟିକିରା ଓ ଶରଧା ପାଲି ଶତାଧିକ ଚାଷ ନଷ୍ଟ ହୋଇ ଯାଇଛି।

ପ୍ରାୟ ୫୦ ମିଟରର ଏକ ଘାଇ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଶନିବାର ପ୍ରାୟ ସକାଳ ୮:୩୦ ମିନିଟ ସମୟରେ ଗ୍ରାମବାସୀମାନେ ଧାନ ସଂଗ୍ରହ ଓ କାଟିବାକୁ ଯାଉଥିବା ବେଳେ ହିଡ଼ ଭାଙ୍ଗୁ ଥିବାର ଦେଖିଥିଲେ।

Show More

Related Articles

Back to top button