Breaking PLUSଓଡ଼ିଶାମୁଖ୍ୟ ଖବର
ନାଳଗିରିରେ ଝାଡଖଣ୍ଡୀ ହାତୀପଲର ଉତ୍ପାତ

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ମାଡି ଆସିଛନ୍ତି ଝାଡ଼ଖଣ୍ଡୀ ହାତୀପଲ। ନୀଳଗିରିର ସୀମାନ୍ତ କୁହାଯାଉଥିବା ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ନଡ଼ପୁର ଜଙ୍ଗଲ ଛାଡି ନୀଳଗିରିର ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ୫୫ଟି ହାତୀ ଆଜି ସକାଳୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ ୨୬ଟି ମାଈ, ୧୩ଟି ଅଣ୍ଡିରା ଏବଂ ୧୬ଜଣ ଛୁଆ ହାତୀ ଅଛନ୍ତି। ଏହି ଛୁଆ ହାତୀମାନେ ବେଶୀ ଉପଦ୍ରଵ କରୁଥିବା ଦେଖିବାକୁ ମିଳିଛି। ଆସିବା ରାସ୍ତାରେ ସେମାନେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି।