ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଫ୍ୟାନ୍ସମାନେ ସେଲ୍ଫି ନେବା ବେଳେ ରାଗିଗଲେ ଜୟା ବଚ୍ଚନ

ମୁମ୍ବାଇ: ପୁଣି ଆଙ୍ଗ୍ରି ଲେଡି ଲୁକ୍‌ରେ ଜୟା ବଚ୍ଚନ। ପୁଣି ଥରେ ଫ୍ୟାନ୍ସମାନଙ୍କ ଉପରେ ରାଗିଗଲେ ଜୟା ବଚ୍ଚନ। ସମସ୍ତଙ୍କ ଆଗରେ ଗାଳି ଦେଲେ। ଜୟା ବଚ୍ଚନଙ୍କ ଆଙ୍ଗ୍ରି ଲୁକ୍‌ର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବୁଧବାର ଦିନ ଜୟା ବଚ୍ଚନ ପୁଅ ଅଭିଷେକ ବଚ୍ଚନଙ୍କ ସହ ଭୋପାଲ ଯାଇଥିଲେ। ଦୁହେଁ ନ୍ୟୁ ମାର୍କେଟ୍‌ ସ୍ଥିତ କାଲିବାଡିରେ ପୂଜାର୍ଚ୍ଚନା କରିଥିଲେ। ତେବେ ସେଠାରେ ଥିବା ଲୋକେ ଜୟା ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କୁ ଦେଖି ବହୁତ ଖୁସି ହୋଇଯାଇଥିଲେ। ସମସ୍ତେ ଜୟା ଓ ଅଭିଷେକଙ୍କୁ ଦେଖା କରିବାକୁ ତାଙ୍କ ନିକଟକୁ ଆସିଥିଲେ। ଆଉ ସାଙ୍ଗରେ ସେଲ୍ଫି ଉଠାଇବାକୁ ଲାଗିଥିଲେ। ବାସ୍‌ ଏହା ଦେଖି ରାଗିଯାଇଥିଲେ ଜୟା ବଚ୍ଚନ। ଫ୍ୟାନ୍ସମାନଙ୍କୁ ସେଲ୍ଫି ଉଠାଉଥିବା ଦେଖି ସେ ରାଗି ଯାଇଥିଲେ। ଏହାପରେ ସେ ଫ୍ୟାନ୍‌ମାନଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ। ଆଖି ଉପରେ ଲାଇଟ୍‌ ପଡୁଛି। ଆପଣମାନେ କ’ଣ କରୁଛନ୍ତି। ଆପଣମାନଙ୍କୁ ଲାଜ ଲାଗୁନି ? ଏଭଳି କିଛି କହି ସମସ୍ତଙ୍କ ଆଗରେ ଗାଳି ଦେବାକୁ ପଛାଇ ନଥିଲେ ଜୟା। ଜୟାଙ୍କ ଏହି ଆଙ୍ଗ୍ରି ଲୁକ୍‌ ଏବେ ସୋଶିଆଲ ମିଡିଆର ଚର୍ଚ୍ଚାର ବିଷୟ ପାଲିଟିଯାଇଛି। ତାଙ୍କ ଭିଡିଓ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।

 

Show More

Related Articles

Back to top button