ଦେଶ ବିଦେଶରାଜନୀତି

ଯବାନଙ୍କ ସହ ଦଶହରା ପାଳନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ପୂର୍ବ ଲଦାଖରେ ଚୀନ ସହିତ ଚାଲିଥିବା ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସିକ୍କିମରେ ଭାରତୀୟ ସେନାଙ୍କ ସହ ଦଶହରା ପାଳନ କରିବେ

ଏହି ଅବସରରେ ସେ ଶେରଥାଙ୍ଗରେ ଶସ୍ତ୍ର ପୂଜା ମଧ୍ୟ କରିବେ। ଏହି ସ୍ଥାନ ଏଲଏସିଠାରୁ ଦୁଇ କିଲୋମିଟର ଦୂର। ରାଜନାଥ ଦୁଇ ଦିନିଆ ସିକ୍କିମ ଓ ପଶ୍ଚିମବଙ୍ଗ ଗ୍ରସ୍ତରେ ଅଛନ୍ତି। ଶନିବାର ଦାର୍ଜିଲିଂରେ ସେ ଯବାନଙ୍କୁ ଦେଖା କରି ସେମାନଙ୍କ କାର୍ଯ୍ୟକ୍ରମ ମଧ୍ୟ ଦେଖିଲେ।୨୦୧୯ରେ ରାଜନାଥ ବିଜୟାଦଶମୀରେ ଫ୍ରାନ୍ସରେ ରାଫେଲର ଶସ୍ତ୍ର ପୂଜା କରିଥିଲେ। ମାତ୍ର ଏଥର ସେ ସିକ୍କିମରେ ଦେଶର ଏହି ବୀରମାନଙ୍କ ସହିତ ଏଲଏସିରେ ଶସ୍ତ୍ର ପୂଜା କରିବେ।

ଏଲଏସିରେ ମୁତୟନ ଥିବା ଯବାନଙ୍କ ମନୋବଳ ବଢ଼ାଇବା ପାଇଁ ସେ ସିକ୍କିମରେ ହିଁ ଭାରତୀୟ ସେନାଙ୍କ ସହ ଦଶହରା ପାଳିବେ।ଶନିବାର ଦାର୍ଜିଲିଂର ୩୩ତମ କପ୍ର୍ସ ମୁଖ୍ୟାଳୟରେ ଭାରତୀୟ ସେନାର ଯବାନଙ୍କ ସହ ଦେଖାସାକ୍ଷାତ କରିଥିଲେ। ଏହା ସହ ସମସ୍ତ କାର୍ଯ୍ୟ ଓ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସେ ଯବାନଙ୍କୁ ସମ୍ବୋଧନ କରି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଛନ୍ତି। ଏହା ସହ ସୀମା ସଡକ ସଂଗଠନ (ବିଆରଓ) ପକ୍ଷରୁ ନିର୍ମିତ ଏକ ଯୋଜନାକୁ ମଧ୍ୟ ଉଦଘାଟନ କରିବେ।

Show More

Related Articles

Back to top button