Breaking PLUSଦେଶ ବିଦେଶମୁଖ୍ୟ ଖବର

ଜାପାନରେ ଆଜି ପୁଣି ଭୂମିକମ୍ପ ଅନୁଭୂତ

କେନ୍ଦ୍ରୀୟ ଜାପାନରେ ଆଜି ପୁଣି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ରହିଥିବା କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସୁନାମି ଚେତାବନୀ ଦିଆଯାଇ ନାହିଁ।
ଚଳିତ ବର୍ଷ ଜାନୁଆରୀ ୧ରେ, କେନ୍ଦ୍ରୀୟ ଜାପାନରେ ୭.୫ ସାନ୍ଦ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଥିଲା। ଯେଉଁଥିରେ ଦୁଇଶହରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ଅନେକ କୋଠା ନଷ୍ଟ ହୋଇଯାଇଥିଲା। ସେହି ଭୂକମ୍ପ ପରେ ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହା ଯୋଗୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ଓ ପ୍ରାୟ ୬୦ ହଜାର ପରିବାର ଜଳ ସଙ୍କଟ ମଧ୍ୟରେ ଗତି କରୁଛନ୍ତି। ଏହାଛଡା ୧୫ ହଜାର ୬୦୦ଟି ପରିବାର ମଧ୍ୟ ବିଦ୍ୟୁତ ସେବାରୁ ବଂଚିତ ହୋଇଥିବା ଜଣାପଡିଛି।

Show More

Related Articles

Back to top button