Breaking PLUSଦେଶମୁଖ୍ୟ ଖବର

ଜମ୍ମୁରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ

ଜାମ୍ମୁ-କାଶ୍ମୀରର କିସ୍ତଓ୍ବାର ଜିଲା ଅନ୍ତର୍ଗତ ଛତ୍ରୁ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶନିବାର ଭାରତୀୟ ସେନା ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଛତ୍ରୁ ଅଞ୍ଚଳରେ ସେନା ପକ୍ଷରୁ ଆତଙ୍କବାଦ ନିରୋଧୀ ଅପରେସନ ଜାରି ରହିଛି। ପ୍ରତିକୂଳ ପାଗ ସତ୍ବେ ଯବାନମାନେ ଅଭିଯାନ ଚଳାଇଛନ୍ତି। ଯେଉଁ ସ୍ଥାନରେ ଆତଙ୍କୀଙ୍କୁ ନିପାତ କରାଯାଇଛି ସେଠାରୁ ବିପୁଳ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଏକେ-୪୭, ଏମ-୪ ରାଇଫଲ ଆଦି ରହିଛି।

Show More

Related Articles

Back to top button