Breaking PLUSଦେଶ ବିଦେଶମୁଖ୍ୟ ଖବର

ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର

ମଙ୍ଗଳବାର ଜମ୍ମୁ-କାଶ୍ମୀରରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ କଟରା ଅଞ୍ଚଳରୁ ୬୧ କିଲୋମିଟର ପୂର୍ବରେ ରହିଥିଲା। ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୩.୯। କିନ୍ତୁ ଏଥିରେ କେହି ମୃତାହତ ଏବଂ କ୍ଷୟକ୍ଷତି ହୋଇଥିବା ନେଇ ଖବର ନ ଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ଅଧିକାରୀମାନଙ୍କ କହିବାଅନୁସାରେ, ଭୂମିକମ୍ପ ବିଳମ୍ବିତ ରାତି ୨ଟା ୨୦ ମିନିଟ୍‌ରେ ହୋଇଥିଲା। ଲୋକେ ଏହି ସମୟରେ ଖାଲି ଝଟକା ଅନୁଭବ କରିଥିଲେ। ଏହାରପରେ ତୁରନ୍ତ ସେମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ଏହା ପୂର୍ବରୁ ସୋମବାର ରାଜସ୍ଥାନର ବିକାନେର୍‌ରେ ବି ଭୂମିକମ୍ପ ଝଟ୍‌କା ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ବୋଲି ମପା ଯାଇଥିଲା।

 

Show More

Related Articles

Back to top button