ଓଡ଼ିଶା

ଜଜବା ପକ୍ଷରୁ ସ୍ୱର୍ଗତ ପ୍ରଦିପ ମହାରଥିଙ୍କ ଉଦେଶ୍ୟରେ ଶୋକସଭା ଅନୁଷ୍ଠିତ

ଭୁବନେଶ୍ବର : ବରିଷ୍ଠ ରାଜନେତା ତଥା ପୁର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଶନିବାର ଅପରାହ୍ନ ଭୁବନେଶ୍ବର ରଘୁନାଥପୁରରେ ଅଞ୍ଚଳରେ ଥିବା ନନ୍ଦନକାନନ ରିସୋର୍ଟସରେ ଜଜବା ଅନୁଷ୍ଠାନ ପକ୍ଷରୁ ଏହା ଆୟୋଜିତ ହୋଇଥିଲା । ଅନୁଷ୍ଠାନର  ଅଧକ୍ଷ ସଫଦର ହାସିମ୍ ଙ୍କ ଅଧ୍ୟକ୍ଷତାରେ ପୁର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥିଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅଥିତି ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ , ସମ୍ମାନିତ ଅତିଥି ଭାବେ ଉତ୍କଳ ମେଲର ସମ୍ପାଦକ ପୀତବାସ ମିଶ୍ର ଓ ପୂର୍ବତନ କର୍ପୋରେଟର ମିହିର ରାଉତ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବାବୁରାଜା, ଉମାଶଙ୍କର ଫର୍ଜାନା ତବସୁମ୍ ପ୍ରମୁଖ ସହଯୋଗ କରିଥିଲେ । ପୂର୍ବରୁ ଜଜବା ପକ୍ଷରୁ ବିଭିନ୍ନ ସମୟରେ ଦିନ ଦୁଖି ଦରିଦ୍ରଙ୍କୁ ସାହାଯ୍ୟ କରିଆସୁଛି ।

Show More

Related Articles

Back to top button