ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଭକ୍ତିସ୍ୱତନ୍ତ୍ର

ରଥରେ କାଳିଆ ,,,,,

ରଥରେ କାଳିଆ ,,,,,
ଦେଖଲୋ ସଜନୀ,ରଙ୍ଗା ଅଧରିଆ
ଆସେ ଟାହିଆ ହଲାଇ
ନାଚି ନାଚି ଦେଖ ପହଣ୍ଡି କରୁଚି
ପଣ୍ଡା ପଢିଆରି ନେଇ,
ଆଗରେ ଗଲେଣି ସୁଦର୍ଶନ ପ୍ରଭୁ
ଗଲେଣି ହଳଦି ମୁହିଁ
ହଳଧର ଟିକେ ପଛକୁ ଚାହାନ୍ତି
ଆସୁଚି କି ମୋ କହ୍ନେଇ ?
ବଡଦାଣ୍ଡେ ତେଣେ ଦେବ ଦଳନକୁ
ତାଳଧ୍ବଜ ହୋଇ ସଜ
ନନ୍ଦିଘୋସେ କପି କରୁଛି ଅପେକ୍ଷା
ଆସୁଛନ୍ତି ମୋର ନାଥ,
ଥାଳି ମାରିଦେଲେ ଥାଳି ଚାଲିଯିବ
ନାଚୁଛନ୍ତି ଭକ୍ତ ଦାଣ୍ଢେ
ନାମ ସଂକିର୍ତ୍ତନ ହୁଳ ହୁଳି ନାଦ
ଜୟ ଜଗନ୍ନାଥ ତୁଣ୍ଡେ,
ସତେକି ସାଜିଛି ବଡଦାଣ୍ଡ ଆଜି
ଗୋପଦାଣ୍ଡ ପରି ଲାଗେ
ଭକ୍ତ ନୁହେଁ ଏଠି ଗୋପୀ ଗୋପାଳ ତ
ନାଚନ୍ତି କାଳିଆ ସଙ୍ଗେ,
ଯାଉଚି କାଳିଆ ଜନ୍ମବେଦିି ବୁଲି
ଧରି ସଙ୍ଗେ ଭଗ୍ନୀ ଭ୍ରାତ
ବାଟରେ ମାଉସୀ ପୋଡପିଠା ଧରି
ଜଗିଚି କାଳିଆ ବାଟ,
ନବଦିନ ଧରି କରିବ ସେ ଲିଳା
ଗୁଣ୍ଡିଚା ମନ୍ଦିରେ ରହି
ଜଜନ,ଯାଜନ,ଆଚାଣ୍ଡାଳ ବିପ୍ର
ଦେଖିବେ କଳା ଗୋସାଇଁ ।
।।ପ୍ରଶାନ୍ତ ପତି।।ଜଗତସିଂହପୁର।

Show More

Related Articles

Back to top button