ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ : ୧୫ ଦିନ ପରେ ଅଣସର ଘରେ ଗୁପ୍ତନୀତି ପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଲେ ଶ୍ରଦ୍ଧାଳୁ । ଆଜି ମହାପ୍ରଭୁଙ୍କ ନବ ଯୈାବନ ଦର୍ଶନ । ଏଥି ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଛି । ବଡ଼ ଦାଣ୍ଡରେ ଗହଳି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  ଆଜି ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ ଚାଲିଥିଲା । ଏବେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ରାତି ୧୨ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ ।

ବିଶେଷ ନୀତି ପାଇଁ ସକାଳ ସାଢ଼େ ୧୦ଟାରୁ ଅପରାହ୍ଣ ୨ଟା, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ, ସନ୍ଧ୍ୟା ସାଢ଼େ ୬ଟାରୁ ରାତି ୯ଟା ଓ ରାତି ସାଢ଼େ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେହିପରି ଅପରାହ୍ନ ୨ଟା ରୁ ୩ଟା, ସନ୍ଧ୍ୟା ୬ଟାରୁ ସାଢ଼େ ୬ଟା, ରାତ୍ରି ୯ଟାରୁ ସାଢ଼େ ୧୦ଟା ଓ ରାତି ସାଢ଼େ ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ହେବ ।

ସେହିପରି  ଗୁରୁବାର ଉଭାଯାତ୍ରା ସକାଳ ୪ଟାରୁ ସାଢ଼େ ୬ଟା, ମଧ୍ୟାହ୍ଣ ସାଢ଼େ ୧୨ଟାରୁ ଅପରାହ୍ନ ସାଢ଼େ ଗୋଟାଏ ଓ ଅପରାହ୍ଣ ସାଢ଼େ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ମିଳିପାରିବ । ସେହିପରି ସକାଳ ସାଢ଼େ ୬ଟାରୁ ମଧ୍ୟାହ୍ଣ ସାଢ଼େ ୧୨ଟା ଓ ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ,  ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସମ୍ପାଦନ ସକାଶେ ପ୍ରସ୍ତୁତି ପାଇଁ ଉଭାଯାତ୍ରା ଦିନ ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବନାହିଁ  ।

Show More

Related Articles

Back to top button