Breaking PLUSଭକ୍ତିମୁଖ୍ୟ ଖବର

ଆସନ୍ତାକାଲି ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ

ପୁରୀ : ଆସନ୍ତାକାଲି ପୁରୀରେ ଭକ୍ତଙ୍କ ପାଇଁ ବନ୍ଦ ରହିବ କାଳିଆ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅପରାହ୍ନ ୪ଟାରୁ ରାତ୍ର ୮ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବାକୁ କୁହାଯାଇଛି । ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ବୁଧବାର ଜ୍ୟେଷ୍ଠ କୃଷ୍ଣ ଦଶମୀ ତିଥି । ଏହି ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ରୀତିନୀତି ଅନୁଯାୟୀ ତିନି ଠାକୁରଙ୍କ ନୀତି ସମ୍ପାଦନ କରାଯିବ । ଏହି ସମୟରେ ସାଧାରଣ ଦର୍ଶନକୁ ବାରଣ କରାଯାଇଛି । ଦ୍ୱିତୀୟ ଭୋଗମଣ୍ଡପ ପରେ ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ।

Show More

Related Articles

Back to top button