
ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନିଂ ଲଣ୍ଡରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ଉପହାର ଭାବରେ ଦେଇଥିବା ୭ କୋଟି ୧୨ ଲକ୍ଷ ଟଙ୍କା ଜବତ କରିଛି ଇଡି । ଏହି ଉପହାରରେ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ରହିଛି। ଜବତ ଅର୍ଥ ହେଲା ଇଡି ଏବେ ଜ୍ୟାକଲିନଙ୍କ ସମ୍ପତ୍ତି ଜବତ ବା ସିଲ୍ କରିଛି । ଏହି ସମ୍ପତ୍ତି ଏବେ ଜ୍ୟାକଲିନଙ୍କ ପାଖରେ ରହିବ । ହେଲେ ସେ ଏହାକୁ କାହାରିକୁ ଉପହାର ଭାବେ ଦେଇପାରିବେ ନାହିଁ ବା ବିକ୍ରି କରିପାରିବେ ନାହିଁ ଯେପର୍ଯ୍ୟନ୍ତ ମାମଲାର ରାୟ ନଆସିଛି।
ମନି ଲଣ଼୍ଡରିଂ ଏବଂ ଅନ୍ୟାନ୍ୟ ମାମଲାରେ ଗିରଫ ହୋଇ ଜେଲରେ ରହିଛି ସୁକେଶ । ତାଙ୍କ ବିରୋଧରେ ପାଖାପାଖି ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଘନିଷ୍ଠ ସମ୍ପର୍କ ରହିଛି ବୋଲି ଜଣାପଡିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ବାହାରିନରେ ରହୁଥିବା ଜ୍ୟାକଲିନଙ୍କ ବାପା ମା ଏବେ ଆମେରିକାରେ
ତଦନ୍ତରୁ ଜଣାପଡିଛି ଯେ , ଆମେରିକାରେ ରହୁଥିବା ତାଙ୍କ ଭଉଣୀଙ୍କୁ ସୁକେଶ ମହଙ୍ଗା କାର ଦେଇଥିବା ଏହା ବ୍ୟତୀତ ତାଙ୍କ ଭାଇଙ୍କୁ ୧୫ ଲକ୍ଷ ଟଙ୍କା ଦେଇଛି ମୁକେଶ।
ଇଡି ତଦନ୍ତ କରିବା ବେଳେ ଜ୍ୟାକଲିନଙ୍କୁ ମଧ୍ୟ ଜେରା କରି ତାଙ୍କ ବୟାନ ରେକର୍ଡ କରିଛି। ଜେରା ବେଳେ ଜ୍ୟାକଲିନ ଇଡିଙ୍କୁ କହିଥିଲେ ଯେ ସୁକେଶ ତାଙ୍କ ପରିବାର ସଦସ୍ୟ, ସମ୍ପର୍କୀୟ ଏବଂ ତାଙ୍କୁ ଏକ ଲକ୍ଷ ଟଙ୍କା ମୂଲ୍ୟର ଘୋଡା ସମେତ ମହଙ୍ଗା ଜିନିଷ ଉପହାର ଦେଇଛନ୍ତି। ଏହା ବ୍ୟତୀତ ସୁକେଶ ଜ୍ୟାକଲିନଙ୍କ ରହିବା ପାଇଁ ବଡ଼ ବଡ଼ ହୋଟେଲରେ ରହିବା ପାଇଁ ଖର୍ଚ୍ଚ ଭରଣ କରିଛି।
ନିକଟରେ ଜ୍ୟାକଲିନ୍ ଏବଂ ସୁକେଶଙ୍କର ଅନେକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରୁ ଉଭୟଙ୍କ ସମର୍କକୁ ନେଇ ତର୍କ ବଢିଥିଲା ସାମାଜିକ ଗଣମାଧ୍ୟମରେ । ତେବେ ଏପରି କରି ତାଙ୍କ ଚରିତ୍ର ହାନୀ ନକରିବାରୁ ଜ୍ୟାକିଲନ ସୋଶିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ