ଦେଶସେଲିବ୍ରିଟିସ୍ୱତନ୍ତ୍ର

ଆଜି ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ହାଜର ହେବେ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌

ଆଜି ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ହାଜର ହେବେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଛନ୍ଦି ହୋଇଥିବା ଅଭିନେତ୍ରୀ ଜାକ୍‌ଲିନ୍‌ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ହାଜର ହେବେ।

ସୂଚନା ଅନୁଯାୟୀ, ଓକିଲ ପ୍ରଶାନ୍ତ ପାଟିଲ୍‌ ଓ ଶକ୍ତି ପାଣ୍ଡେଙ୍କ ସହିତ ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଜାକ୍‌ଲିନ୍‌ ଅଦାଲତରେ ହାଜର ହେବା ପରେ ମାମଲା ଯୁକ୍ତି ଉପସ୍ଥାପନ କରାଯିବ।ଏହାପରେ ସରକାରୀ ଓକିଲ ଅଦାଲତରେ କାଗଜପତ୍ର ଦାଖଲ କରିବେ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ମାସରେ ଅଭିନେତ୍ରୀ ଫର୍ଣ୍ଣାଣ୍ଡିଜ୍‌ଙ୍କ ଜାମିନ ମଞ୍ଜୁର କରିଥିଲେ। ଏହାର କାରଣ ଦର୍ଶାଇ ଅଦାଲତ କହିଥିଲେ ଯେ, ଏହି ମାମଲାର ତଦନ୍ତ ବେଳେ ଅଭିଯୁକ୍ତ ଅଭିନେତ୍ରୀଙ୍କୁ ଗିରଫ କରାଯାଇ ନ ଥିବାରୁ ଜାମିନ ପ୍ରଦାନ କରାଗଲା। ଅଭିଯୋଗ ସଂକ୍ରାନ୍ତ ତଥ୍ୟାବଳି ଉପରେ ଯୁକ୍ତି ପ୍ରସ୍ତୁତି କରିବା ଲାଗି ସରକାରୀ ଓକିଲ ସମୟ ଲୋଡ଼ିବାରୁ ଏହି ମାମଲାର ଯୁକ୍ତି ଉପସ୍ଥାପନ ପାଇଁ ଦିଲ୍ଲୀ ଅଦାଲତ ଡିସେମ୍ବର ୧୨ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ।

୨ ଲକ୍ଷ୍ୟ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ବିନିମୟରେ ସ୍ବତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲିକ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।ଏଥିସହିତ ସେ ସର୍ତ୍ତ ରଖିଥିଲେ ଯେ, ଅଦାଲତଙ୍କ ବିନା ଅନୁମତିରେ ସେ ଦେଶରୁ ବାହାରକୁ ଯାଇ ପାରିବେ ନାହିଁ। ତା’ଛଡ଼ା ପ୍ରବର୍ତ୍ତନ ନିର୍ଦେଶାଳୟ ଯେତେବେଳେ ଡକାଇବ, ସେତେବେଳେ ସେ ଯାଇ ତଦନ୍ତରେ ସହଯୋଗ କରିବେ ।

Show More

Related Articles

Back to top button