Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଅସହ୍ୟ ଖରା

ଭାଙ୍ଗିଲା ୧୨୧ ବର୍ଷର ରେକର୍ଡ ।

ଅସ୍ତବ୍ୟସ୍ତ କରୁଛି ତାତି । ଭାଙ୍ଗିଲା ୧୨୧ ବର୍ଷର ରେକର୍ଡ । ମାର୍ଚ୍ଚ ମାସ ଅଧାରୁ ରାଜସ୍ଥାନ, ଗୁଜରାଟ ଏବଂ ମଧ୍ୟ ପ୍ରଦେଶର ସହିତ ଦେଶର ଅନେକ ରାଜ୍ୟରେ ଲୁ କାରଣରୁ ତାତି ବଢିଛି। ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଖରା ଏତେ ହେଉଛି ଯେ ,ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷର ତାତି ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଲା ଓଡିଶାର ଟିଟିଲାଗଡ଼ । ଏପ୍ରିଲରେ ଆହୁରି ଜଳିବ ପଶ୍ଚିମ ଓଡ଼ିଶା । ଆଗାମୀ ୫ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ମିଳିଛି । ତେବେ କାଳବୈଖାଖୀ ପାଇଁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାରୁ ତାତିରୁ ସାମାନ୍ୟ ଆସ୍ୱସ୍ତି ମିଳିପାରେ ।

Show More

Related Articles

Back to top button