Breaking PLUSଓଡ଼ିଶାମୁଖ୍ୟ ଖବର

ଆଇଟିଆଇ ପ୍ରଶିକ୍ଷକ ସେବା ନିୟମରେ ସଂଶୋଧନ

ଭୁବନେଶ୍ବର: ଓଡ଼ିଶା ସରକାରୀ ଆଇଟିଆଇ ପ୍ରଶିକ୍ଷକ ସେବା ନିୟମରେ ସରକାର ସଂଶୋଧନ କରିଛନ୍ତି। ଏ ନେଇ ମଙ୍ଗଳବାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଉପ-ପ୍ରଶିକ୍ଷଙ୍କ ପଦ ପୂରଣ ସମୟରେ ସର୍ବନିମ୍ନ ୫୦% ଆସନ ଏନ୍‌ଟିସି/ଏନ୍‌ଏସି/ଆଇଟିଆଇ ବର୍ଗର ଯୋଗ୍ୟ ପ୍ରାର୍ଥୀଙ୍କୁ ନେଇ ପୂରଣ କରାଯିବ। ସେହିପରି ସର୍ବାଧିକ ୫୦% ଆସନ ଯୋଗ୍ୟ ଡିପ୍ଲୋମା, ଡିଗ୍ରୀ ବର୍ଗରୁ ପଦୋନ୍ନତି ଜରିଆରେ ପୂରଣ କରାଯିବ। ପ୍ରଶିକ୍ଷଣ ଅଧିକାରୀ ପଦ ପାଇଁ ସର୍ବନିମ୍ନ ୫୦%ଙ୍କୁ ଉପ ପ୍ରଶିକ୍ଷଣ ଅଧିକାରୀ ବର୍ଗର ପ୍ରାର୍ଥୀଙ୍କୁ ନେଇ ପୂରଣ କରାଯାଇ ପାରିବ। ଓପିଏସ୍‌ସି ଜରିଆରେ ସର୍ବନିମ୍ନ ୫୦% ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ପଦ ସିଧାସଳଖ ନିଯୁକ୍ତି ଜରିଆରେ ପୂରଣ କରାଯିବ। ସେହିପରି ସର୍ବାଧିକ ୫୦% ଅଧ୍ୟକ୍ଷ, ଉପାଧ୍ୟକ୍ଷ ପଦ ପ୍ରଶିକ୍ଷଣ ଅଧିକାରୀଙ୍କୁ ପଦୋନ୍ନତି ଦେଇ ପୂରଣ କରାଯିବ। ଯୁଗ୍ମ ନିର୍ଦେଶକଙ୍କ ପଦ ମଧ୍ୟ ପଦୋନ୍ନତି ଜରିଆରେ ପୂରଣ ହେବ। ପଦୋନ୍ନତି ସମୟରେ ବରିଷ୍ଠତାକୁ ଅଗ୍ରାଧିକାର ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Show More

Related Articles

Back to top button