Breaking PLUSଓଡ଼ିଶାମୁଖ୍ୟ ଖବର

ମଦ ବ୍ୟବସାୟୀଙ୍କ ସଂପର୍କୀୟଙ୍କ ଘରେ ଆଇଟି ରେଡ୍

ପାରଳାଖେମୁଣ୍ଡି: ଅନୁଗୁଳ କରଡ଼ ଗାଡ଼ିଆର ଜଣାଶୁଣା ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ ଜାରି ରହିଛି। ଆୟକର ଫାଙ୍କି ଅଭିଯୋଗରେ ଏହି ଚଢ଼ଉ କରାଯାଉଥିବାର ସୂଚନା ରହିଛି। ଏହି ଚଢ଼ାଉ ୨୫ଟି ସ୍ଥାନରେ ଜାରି ରହିଥିବା ବେଳେ ପାରଳାଖେମୁଣ୍ଡି ଶୁଣ୍ଢି ସାହି ସ୍ଥିତ ଥିବା ତାଙ୍କ ସମୁଦିଙ୍କ ଘରେ ବି ଚଢ଼ଉ ଜାରି ରହିଛି। ପାରଳାଖେମୁଣ୍ଡିର ଦୁଇ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକାରଙ୍କ ଘରେ ଚଢ଼ଉ ଜାରି ରହିଛି। ଆୟକର ବିଭାଗର ୧୨ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିବା ବେଳେ ମଦ, ବସ୍, କାଠ, ଗୃହ ନିର୍ମାଣ ସାମଗ୍ରୀ ଆଦି ବ୍ୟବସାୟ କରୁଥିବା ବେଳେ ପ୍ରାୟ ୭୦ଏକର ଜମି ଏହି ଦୁଇ ଭାଇଙ୍କ ନାଁରେ ରହିଥିବା ସୂଚନା ରହିଛି।

Show More

Related Articles

Back to top button