ଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ନଭେମ୍ବର ୩୦ରେ ଅବସର ନେବେ ଆଇପିଏସ୍ ପ୍ରଦୀପ କାପୁର

ଭୁବନେଶ୍ୱର : ୧୯୮୬ ବ୍ୟାଚର ଓଡ଼ିଶା କ୍ୟାଡ଼ରର ବରିଷ୍ଠ ଆଇପିଏସ୍ ପ୍ରଦୀପ କାପୁରଙ୍କୁ ସରକାରୀ ଚାକିରିରୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସେ ନଭେମ୍ବର ୩୦ରେ ଅବସର ନେବେ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ନୂଆଦିଲ୍ଲୀରେ ଜାତୀୟ ବୈଷୟିକ ଗବେଷଣା ସଂଗଠନ(ଏନଟିଆରଓ)ର ଉପଦେଷ୍ଟା ଭାବେ କାର୍ଯ୍ୟରତ ୧୯୮୬ ବ୍ୟାଚ ଆଇପିଏସ୍ ଶ୍ରୀ କାପୁରଙ୍କୁ ୬୦ବର୍ଷ ବୟସ ହୋଇଥିବାରୁ ନଭେମ୍ବର ୩୦ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସୂଚନାଅନୁସାରେ, ୧୯୮୬ ବ୍ୟାଚର ଅନ୍ୟଜଣେ ବରିଷ୍ଠ ଆଇପିଏସ୍ ବିଜୟ କୁମାର ଶର୍ମା ଚଳିତମାସ ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବେ । ଗତ ଦୁଇମାସ ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଏଥିପାଇଁ ଆନୁଷ୍ଠାନିକ ଭାବେ ଅନୁମତି ଦେଇସାରିଛନ୍ତି ।

Show More

Related Articles

Back to top button