Breaking PLUSଓଡ଼ିଶାମୁଖ୍ୟ ଖବର

ଆଇପିଏସ ଅଧିକାରୀଙ୍କ ଛୁଟି ରଦ୍ଦ କଲେ ରାଜ୍ୟ ସରକାର

ଭୁବନେଶ୍ୱର, 10 ମେ – ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ବିବାଦକୁ ଦେଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ଭାରତୀୟ ପୋଲିସ ସେବା ଅଧିକାରୀଙ୍କ ଛୁଟି ତତ୍କାଳ ପ୍ରଭାବରେ ରଦ୍ଦ କରିଛନ୍ତି । ରାଜ୍ୟର ଆଇନ ବ୍ୟବସ୍ଥାକୁ କୌଣସି ବି ଜରୁରୀ ସ୍ଥିତି ସହ ମୁକାବିଲା କରିବାରେ ପ୍ରସ୍ତୁତ ରଖିବା ଉଦ୍ଦେଶ୍ୟରେ ନିଆଯାଇଛି ।

ଏହି ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ଅପର ସଚିବ ତ୍ରିଲୋଚନ ମାଝୀଙ୍କ ଦ୍ୱାରା ଜାରି କରାଯାଇଛି ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଔପଚାରିକ ଭାବେ ପଠାଯାଇଛି ।

ବିଜ୍ଞପ୍ତିରେ କୁହାଯାଇଛି ଯେ, ଦେଶରେ ଉତ୍ପନ୍ନ ହୋଇଥିବା ସ୍ଥିତିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ଯେ, କୌଣସି ବି ଆଇପିଏସ ଅଧିକାରୀଙ୍କୁ ଛୁଟି, ପ୍ରଶିକ୍ଷଣ କିମ୍ବା ଲିଭ୍ ଟ୍ରାଭେଲ କନ୍ସେସନର ଅନୁମତି ଆଗାମୀ ସୂଚନା ଯାଏ ଦିଆଯିବନାହିଁ ।

ଏହାସହିତ ନିର୍ଦ୍ଦେଶରେ ଏହା ବି ସ୍ପଷ୍ଟ କରାଯାଇଛି ଯେ, କୌଣସି ବି ଆଇପିଏସ ଅଧିକାରୀ ବିବା ସଂପର୍କିତ ମହାନିର୍ଦ୍ଦେଶିକ କିମ୍ବା ବିଶେଷ ମହାନିର୍ଦ୍ଦେଶକଙ୍କ ପୂର୍ବ ଅନୁମତିରେ ନିଜ ମୁଖ୍ୟାଳୟ ଛାଡିପାରିବେ ନାହିଁ । କୌଣସି ବି ଆଇପିଏସ ଅଧିକାରୀ ବିନା ପୂର୍ବ ଅନୁମତିରେ ମୁଖ୍ୟାଳୟ ଛାଡନ୍ତୁ ନାହିଁ ।

Show More

Related Articles

Back to top button