Breaking PLUSଖେଳ

ଆଇପିଏଲ ୨୦୨୦: ୩୯ତମ ମ୍ୟାଚରେ ଆଜି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କଲକାତା ନାଇଟ ରାଇଡର୍ସ

ଆଇପିଏଲ ୩୯ତମ ମ୍ୟାଚରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କଲକାତା ନାଇଟ ରାଇଡର୍ସ ମଧ୍ୟରେ ଲଢେଇ

ଆବୁଧାବି ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କଲକାତା ନାଇଟ ରାଇଡର୍ସର ଅଧିନାୟକ ଇଆନ ମୋର୍ଗାନ। ପଏଣ୍ଟ ତାଲିକାର ଉପର ତଳ ହୋଇ ରହିଥିବା କେକେଆର ଓ ଆରସିବି ମଧ୍ୟରେ ଦେଖିବାକୁ ମିଳିବ ଏକ ରୋମାଞ୍ଚକର ଲଢେଇ । ପଏଣ୍ଟ ତାଲିକାର ୩ୟ ଓ ୪ର୍ଥ ସ୍ଥାନରେ ଥିବା ଦୁଇ ଦଳ ନିଜ ନିଜ ପ୍ଲ-ଅଫ ଆଶାକୁ ମଜବୁତ କରିବା ପାଇଁ ପଡିଆକୁ ଓହ୍ଲାଇବେ ।ସେପଟେ ପୂର୍ବ ମ୍ୟାଚର ପରାଜୟ ବଦଲା ନେବାକୁ ବି ପ୍ରସ୍ତୁତ ରହିଛି କଲକତା ।

କାରଣ ସାରଜାରେ ଖେଳାଯାଇଥିବା ପୂର୍ବ ମ୍ୟାଚରେ କେକେଆରକୁ ୮୨ରନରେ ପାରସ୍ତ କରି ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ବିଜୟ ପାଇଥିବା ବିରାଟଙ୍କ ବାଙ୍ଗାଲୁରୁ ଟିମ । ସେତେବେଳେ କେକେଆର ଅଧିନାୟକ ଥିଲେ ଦିନେଶ କାର୍ତ୍ତିକ । ଏବେ ଦଳରେ ନୂଆ ଅଧିନାୟକ ଇୟୋନ ମୋର୍ଗାନ । ତେଣୁ କଣ କାର୍ତ୍ତିକଙ୍କ ପରାଜୟର ବଦଲା ନେଇପାରନ୍ତି ମୋର୍ଗାନ । ପୁଣି କୋଲକତା ଉପରେ ନିଜର ଦବଦବା ବନାଇ ରଖିବାକୁ ଚାହିଁବ ବାଙ୍ଗଲୋର । ପୂର୍ବରୁ ଉଭୟ ଦଳ ମଧ୍ୟରେ ଏଯାବ ଖେଳାଯାଇଛି ମୋଟ ୨୬ଟି ମ୍ୟାଚ । ଯେଉଁଠି କଲକତା ୧୫ଟି ମ୍ୟାଚ ଉପରେ ବିଜୟ ଲାଭ କରିଥିବା ବେଳେ ମାତ୍ର ୧୧ଟି ମ୍ୟାଚ ଜିତିଛଇ ବାଙ୍ଗାଲୁରୁ ।

Show More

Related Articles

Back to top button