ଜୀବନଚର୍ଯ୍ୟାଦେଶସ୍ୱାସ୍ଥ୍ୟ

ବଢିଲା କରୋନା,ଚିନ୍ତାରେ ସରକାର

ବୁଧବାର ହେବ ଆଲୋଚନା

ନୂଆଦିଲ୍ଲୀ : ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୨୫୪୧ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହେଇଥିବାବେଳେ ୩୦ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ସଂକ୍ରମଣ ୦.୮୪ ପ୍ରତିଶତ ରହିଥିବା ବେଳେ ଆକ୍ଟିଭ କେସ୍ ୧୬ ହଜାର ୫୨୨ ରହିଛନ୍ତି ଏବଂ ସୁସ୍ଥ ହୋଇଛନ୍ତି ୧,୮୬୨ ଲୋକ।

ଆସନ୍ତା ବୁଧବାର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ସ୍ଥିତିର ମୁକାବିଲା ଲାଗି ଭିଡିଓ କନଫରେନ୍ସିଂରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦେଶରେ କୋଭିଡ ମୁକାବିଲା ଓ ପଦକ୍ଷେପ ସମ୍ପର୍କରେ ଏହି ସମ୍ମିଳନୀରେ ରିପୋର୍ଟ ଉପସ୍ଥାପନ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଗତ ଜାନୁଆରୀ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏକ ସମ୍ମିଳନୀରେ କୋଭିଡ ସମ୍ପର୍କରେ ଆଲୋଚନା କରିଥିଲେ ।

 

Show More

Related Articles

Back to top button