ଦେଶସ୍ୱାସ୍ଥ୍ୟ

ଦେଶରେ ହ୍ରାସ ପାଉଛି ସଂକ୍ରମଣ,୨୪ ଘଣ୍ଟା ମଧ୍ୟରେ ୧୭୩ ନୂତନ ସଂକ୍ରମଣ ଚିହ୍ନଟ

ଦେଶରେ ହ୍ରାସ ପାଉଛି ସଂକ୍ରମଣ ।  ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ୨୦୦ ତଳେ ଥିବା ବ‌େଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ହ୍ରାସ ପାଇ ୪ ହଜାର ତଳେ ରହିଛି । ୨୪ ଘଣ୍ଟା ମଧ୍ୟରେ ୧୭୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ପିଛିଲା ଭାବେ କେରଳ ଯୋଗ କରିଥିବା ୩ ମୃତ୍ୟୁ ରେକର୍ଡ କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ପକ୍ଷରୁ ସୂଚନା ମିଳିଛି ।

ସେହିପରି ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୪୦,୪୧୭। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୮୦% ରହିଛି। ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୦୬ ଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୧%।

Show More

Related Articles

Back to top button