ଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

NDTV ର ୨୯.୮ ପ୍ରତିଶତ ସେୟାର କିଣିବେ ଶିଳ୍ପପତି ଗୌତମ ଆଦାନୀ

NDTV ରେ ୨୯.୮% ସେୟାର କିଣିବେ ଆଦାନୀ । ଦେଶର ଲୋକପ୍ରିୟ ଗଣମାଧ୍ୟମ ଏନଡିଟିଭିରେ ୨୯.୮% ନିବେଶ କରିବେ ଶିଳ୍ପପତି ଗୌତମ ଅଦାନୀ । ଏନେଇ ଆଦାନୀଙ୍କ କମ୍ପାନୀ ଘୋଷଣା କରିଛି । ଅନ୍ୟପଟେ ଖୋଲା ପ୍ରସ୍ତାବରେ ଆଉ ୨୬ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ ଏଏମଜି ମିଡିଆ ନେଟଓ୍ଵର୍କ ଲିମିଟେଡ୍।  ଏହାକୁ ମିଶାଇ ମୋଟ ଉପରେ ଆଦାନୀଙ୍କ କମ୍ପାନୀ ପ୍ରାୟ ୫୦ ପ୍ରତିଶତରୁ ଅଧିକ ଅଂଶଧନ ଅଧିଗ୍ରହଣ କରିବ କମ୍ପାନୀ ।

ଏନଡିଟିଭି ସିଇଓ ତଥା ବରିଷ୍ଠ ସମ୍ୱାଦିକ ସଞ୍ଜୟ ପୁଗଲିଆ ଏନେଇ ଏକ ବୟାନରେ କହିଛନ୍ତି, ‘ ଯଦି ଏହି ଅଧିଗ୍ରହଣ ସଫଳ ହୁଏ , ତେବେ ଅଦାନୀ ଗ୍ରୁପର ଗଣମାଧ୍ୟମ କମ୍ପାନି ଏଏମଜି ମିଡିଆ ନେଟଓ୍ବର୍କ ଲିଃ ଗଣମାଧ୍ୟମ ଶିଳ୍ପରେ ନିଜର ସ୍ଥିତିକୁ ମଜବୁତ କରିପାରିବ ।  ଆମେ ଲୋକଙ୍କ ସ୍ୱରକୁ ଆହୁରି ତୀବ୍ର କରି ପାରିବୁ

ସୂଚନା ଯୋଗ୍ୟ, ଏନଡିଟିଭି ଗ୍ରୁପ ଅଧିନରେ ଏବେ ୩ଟି ଟିଭି ଚ୍ୟାନେଲ ରହିଛି । ସେଗୁଡ଼ିକ ହେଉଛି ଏନଡିଟିଭି ୨୪x୭ (ଇଂରାଜୀ ନ୍ୟୁଜ ଚ୍ୟାନେଲ), ଏନଡିଟିଭି ଇଣ୍ଡିଆ ଓ ଏନଡିଟିଭି ପ୍ରଫିଟ୍ । ପୂର୍ବରୁ ଏନଡିଟିଭିର ଆଉ ଏକ ଚ୍ୟାନେଲ ଏନଡିଟିଭି ଗୁଡ ଟାଇମ୍ସ ଥିଲା, ତେବେ କିଛି ବର୍ଷ ପୂର୍ବେ ତାହା ବନ୍ଦ ହୋଇଯାଇଥିଲା ।

 

Show More

Related Articles

Back to top button