ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଦିନକୁ ୧୬୧୨ କୋଟି ଆୟ କରୁଛନ୍ତି ଶିଳ୍ପପତି ଗୌତମ ଅଦାନୀ

ମୁମ୍ବାଇ : ଶିଳ୍ପପତି ଗୌତମ ଅଦାନୀ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କୁ ଅତିକ୍ରମ କରି ବିଶ୍ୱର ୨ୟ ବଡ଼ ଧନୀରେ ପରିଣତ ହୋଇଛନ୍ତି । ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ତାଙ୍କର ମୋଟ ସଂପତ୍ତି ପରିମାଣ ୧୫୦ ବିଲିୟନ ଡଲାର ଥିବାବେଳେ ବେଜୋସଙ୍କ ମୋଟ ସଂପତ୍ତି ପରିମାଣ ୧୪୫ କୋଟିକୁ ଖସିଆସିଛି । ତେବେ ୧ ନମ୍ବର ସ୍ଥାନରେ ଥିବା ଏଲନ୍ ମସ୍କଙ୍କ ମୋଟ ସଂପତ୍ତି ପରିମାଣ ୨୬୮ ବିଲିୟନ ଡଲାର ରହିଛି । ତେବେ ଦୁହିଁଙ୍କ ମଧ୍ୟରେ ବ୍ୟବଧାନ କମିବାର ଏକ ବଡ଼ କାରଣ ହେଉଛି ଗତ ପ୍ରାୟ ଏକ ସପ୍ତାହରେ ଜେଫ ବେଜୋସଙ୍କ ସଂପତ୍ତି କମିଚାଲିଛି । ଗୋଟିଏ ବର୍ଷରେ ତାଙ୍କର ମୋଟ ସଂପତ୍ତି ପ୍ରାୟ ୪୭ ବିଲିୟନ ଡଲାର କମିଛି । ଅନ୍ୟପକ୍ଷରେ ଅଦାନୀଙ୍କ ମୋଟ ସଂପତ୍ତି ପରିମାଣ ଅତି ଦ୍ରୁତ ଗତିରେ ବଢିଚାଲିଛି । ବର୍ଷକ ମଧ୍ୟରେ ତାଙ୍କର ମୋଟ ସଂପତ୍ତି ପରିମାଣ ଦୁଇଗୁଣିତ ହୋଇଯାଇଛି । ଗତ ଏକ ବର୍ଷ ମଧ୍ୟରେ ତାଙ୍କର ମୋଟ ସଂପତ୍ତିରେ ୭୩ ବିଲିୟନ ଡଲାର ଯୋଗ ହୋଇଛି । ଦିନକୁ ତାଙ୍କର ହାରାହାରି ଆୟ ହେଉଛି ୧୬୧୨ କୋଟି ଟଙ୍କା । ଅନ୍ୟପକ୍ଷରେ ଭାରତର ନଂ୨ ଧନୀ ମୁକେଶ ଅମ୍ବାନି ଏବେ ୯ ନମ୍ବର ସ୍ଥାନରେ ରହିଛି । ଗତ ବର୍ଷ ତୁଳନାରେ ତାଙ୍କର ସଂପତ୍ତି ୧.୧୮ ବିଲିୟ ଡଲାର କମିଛି ।

 

Show More

Related Articles

Back to top button