Breaking PLUSଦେଶ ବିଦେଶମୁଖ୍ୟ ଖବର
Trending

ଆଫଗାନ ନାଗରିକଙ୍କ ପାଇଁ ଭାରତର ନୂଆ ଗାଇଡଲାଇନ

ଆଫଗାନିଙ୍କ ପାଇଁ ଭିସା ସଂପ୍ରସାରଣ

ଭାରତରେ ରହୁଥିବା ଆଫଗାନ ନାଗରିକଙ୍କ ପାଇଁ  କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ । ଏଣିକି ଆଫଗାନିସ୍ତାନ ନାଗରିକଙ୍କୁ ଭାରତ ଛାଡିବା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି ଜରୁରୀ ।  ଆଫଗାନିସ୍ତାନ ସଂସଦର ସଦସ୍ୟା ରଙ୍ଗିନା କରଗାରଙ୍କୁ ଦିଲ୍ଲୀ ଇନ୍ଦିରାଗାନ୍ଧି ବିମାନ ବନ୍ଦରରୁ  ନିର୍ବାସିତ କରିବାର କିଛି ଦିନ ପରେ ଏପରି ପଦକ୍ଷେପ ନିଆଯାଇଛି । ପରେ ସରକାର କରଗାରଙ୍କୁ କ୍ଷମା ବି ମାଗିଛନ୍ତି ।

ଗାଇଡଲାଇନ ଅନୁଯାୟୀ, ଭାରତରେ କୌଣସି ବର୍ଗର ଭିସା ଉପରେ ରହୁଥିବା ଆଫଗାନିସ୍ତାନ ନାଗରିକଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ ଦ୍ବାରା ଭିସା ବୃଦ୍ଧି କରାଯିବ । ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ କରୋନା ମହାମାରୀ ହେତୁ ଏଠାରେ ଫସି ରହିଥିବା ଆଫଗାନିସ୍ତାନ ସମେତ ସମସ୍ତ ବିଦେଶୀ ନାଗରିକଙ୍କୁ ଭିସା ସମ୍ପ୍ରସାରଣ କରାଯାଇଛି ।

ଜଣେ ଅଧିକାରୀ କହିଛନ୍ତି, “ଭାରତରେ ଆଫଗାନିସ୍ତାନଙ୍କ ଭିସା ସମ୍ପ୍ରସାରଣ କରାଯାଇଛି, କିନ୍ତୁ ବର୍ତ୍ତମାନ ଆମେ ସେମାନଙ୍କୁ ଇ-ଭିସା ଅଧୀନରେ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରୁଛୁ ଯାହା ଦ୍ବାରା ସେମାନେ ବିନା ଅସୁବିଧାରେ ଅନଲାଇନରେ ଆବେଦନ କରିପାରିବେ। ଗତ ମାସରେ କାବୁଲରେ ଭାରତୀୟ ଦୂତାବାସ ବନ୍ଦ ହେବା ପରେ ଆଫଗାନିସ୍ତାନ ନାଗରିକଙ୍କ ପାଇଁ ଇ-ଭିସା ଆରମ୍ଭ କରାଯାଇଥିଲା। ଏଥିରେ ସୁରକ୍ଷା ଏଜେନ୍ସି ଦ୍ୱାରା ବାଧ୍ୟତାମୂଳକ ଯାଞ୍ଚ ଅନ୍ତର୍ଭୁକ୍ତ।

Show More

Related Articles

Back to top button