Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଥମୁନି କରୋନା ସଂକ୍ରମଣ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 86,508 ଜଣ ନୂଆ କରୋନା ରୋଗୀ ଚିହ୍ନଟ

ଦେଶରେ କରୋନା ଭାଇରସ ମାମଲା ଦୃତ ଗତିରେ ବଢିବାରେ ଲାଗିଛି । ଏଥି ସହିତ ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ 86,508 ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ

ଦେଶରେ କରୋନା ଭାଇରସ ମାମଲା ଦୃତ ଗତିରେ ବଢିବାରେ ଲାଗିଛି । ଏଥି ସହିତ ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ 86,508 ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 1,129 ଜଣ ଲୋକ ପ୍ରାଣ ହରାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 86,508 ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ 1,129 ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ଭାରତରେ ମୋଟ ମାମଲା 57 ଲକ୍ଷରୁ ଅଧିକ ହୋଇଛି। ଦେଶରେ ମୋଟ କୋଭିଡ ମାମଲା 57,32,519 କୁ ବୃଦ୍ଧି ପାଇଛି। ଏଥିରେ ସକ୍ରିୟ ମାମଲା ସଂଖ୍ୟା 9,66,382 ଥିବାବେଳେ 46,74,988 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଏଥିସହ ଦେଶରେ ବର୍ତ୍ତମାନ 91,149 ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।

Show More

Related Articles

Back to top button